ସାମ୍ବାଦିକଙ୍କ ପାଇଁ ଏସ୍‌ଓପି ଜାରି କରିବ କେନ୍ଦ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ସାମ୍ବାଦିକମାନଙ୍କ ସୁରକ୍ଷା ପାଇଁ ଏସ୍‌ଓପି ଆଣିବେ। ସାମ୍ବାଦିକ ବେଶରେ ଆସି ୩ ଜଣ ଯୁବକ ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିବ ପରେ ଏପରି ନିଷ୍ପତ୍ତି ନିଆଯାଇଛି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ତତ୍ତ୍ୱାବଧାନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଗୋଟିଏ ଏସ୍‌ଓପି ପ୍ରସ୍ତୁତ କରିବ। କୁଖ୍ୟାତ ଅପରାଧୀଙ୍କ ବାଇଟ ନେବାକୁ ଚେଷ୍ଟା କରିବା ବେଳେ ସାମ୍ବାଦିକମାନେ କେଉଁସବୁ ବିଷୟପ୍ରତି ଧ୍ୟାନ ଦେବେ ଓ କ’ଣ କରିବେ, ସେସବୁ ଏସ୍‌ଓପିରେ ରହିବ। ଖୁବଶୀଘ୍ର ଏହି ଏସ୍‌ଓପି ଜାରି କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button