ସମ୍ବଲପୁର ଓ ବରଗଡ଼ ପାଇଁ ୨୧ ତାରିଖ ଛୁଟି ଘୋଷଣା

ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ଲାଗି ସମ୍ବଲପୁର ଓ ବରଗଡ଼ ପାଇଁ ଆସନ୍ତା ୨୧ ତାରିଖ ଦିନ ସ୍ଥାନୀୟ ଛୁଟି ଘୋଷଣା କରାଯାଇଛି। ଏଥିସହ ସୁନ୍ଦରଗଡ଼ ଉପଖଣ୍ଡକୁ ମଧ୍ୟ ସେହିଦିନ ଛୁଟି ଘୋଷଣା କରାଯାଇଛି। ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଏହି ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ଆସନ୍ତା ୨୦ ତାରିଖ ଦିନ ନୂଆଖାଇ। ଏହି ଦିନ ସମସ୍ତେ ନୂଆ ଖାଇଲେ ମଧ୍ୟ ପରଦିନ ହୋଇଥାଏ ଭେଟଘାଟ। ତେଣୁ ୨୧ ତାରିଖକୁ ସରକାରୀ ଛୁଟି ଦିବସ ଭାବେ ଘୋଷଣା କରିବାକୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଏବଂ ସୁନ୍ଦରଗଡ଼ ଉପଖଣ୍ଡର ଜନସାଧାରଣ ତଥା ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଅନୁମତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ। ସରକାର ଅନୁମତି ଦେବା ପରେ ଛୁଟି ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ପୂର୍ବରୁ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାକୁ ସାମଗ୍ରିକ ଭାବେ ଓ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ, ବଣାଇ ଉପଖଣ୍ଡକୁ ଆସନ୍ତା ୨୧ ତାରିଖ ପାଇଁ ସ୍ଥାନୀୟ ଛୁଟି ଦିବସ ଭାବେ ଉତ୍ତରାଞ୍ଚଳ ଆରଡିସି ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button