ପଥରରେ ଛେଚି ଯୁବକଙ୍କୁ ହତ୍ୟା

କେନ୍ଦୁଝର : ତେଲକୋଇ ଥାନା ଅଞ୍ଚଳରେ ହତ୍ୟାକାଣ୍ଡ। ଶିବନାରାୟଣପୁର ଗୋଡା ଗାଁ ବାଲିସାହିର ମଧୁ ମୁଣ୍ଡାଙ୍କୁ ପଥରରେ ଛେଚି କେହି ହତ୍ୟା କରିଛି। ନାଳ ପାଖ ରାସ୍ତା କଡରେ ମୃତଦେହ ପଡଛି। ମୁଣ୍ଡରେ ରହିଛି ଗଭୀର କ୍ଷତ। ନାକରୁ ରକ୍ତ ବାହାରୁ ଥିବାରୁ ଏପରି ଅନୁମାନ କରାଯାଉଛି। ତେବେ ଏହାର କାରଣ ସ୍ପଷ୍ଟ ହୋଇନି। ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ କରାଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

ମତାମତ ଦିଅନ୍ତୁ ।