ଓଡ଼ିଶାରେ ବାତ୍ୟା ସୂଚନା ନାହିଁ

ନୂଆଦିଲ୍ଲୀ : ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏହା ସ୍ପଷ୍ଟ କରିଥିବା ବେଳେ ବାତ୍ୟା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଖବର ଅନୁଯାୟୀ ଶ୍ରୀ ମହାପାତ୍ର କହିଛନ୍ତି ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରୋ। ଏହି ଲଘୁଚାପଟି ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହିତ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। କିନ୍ତୁ ଏହା କେଉଁ ଉପକୂଳକୁ ଯିବ, କେବେ ପହଞ୍ଚିବ ଓ ଏହାର ପ୍ରଭାବ କ’ଣ ରହିବ ପୂର୍ବାନୁମାନ କରାଯାଇନାର୍ହି। ଏହାର ପ୍ରକୃତ ରୂପରେଖ କ’ଣ ହେବ ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ। ସେ କହିଛନ୍ତି ଓଡ଼ିଶା ପାଇଁ ଅକ୍ଟୋବର ବାତ୍ୟା ପ୍ରବଣ ମାସ। ଆମେ ଏହା ଉପରେ ନଜର ରଖିଛୁ। ଲଘୁଚାପ ସୃଷ୍ଟି ହେଲେ ରୂପରେଖ ଜଣାପଡ଼ିବ। ତେଣୁ ଲୋକମାନେ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *

Back to top button