ଗୋଲାମୁଣ୍ଡା ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଗିରଫ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ଆଜି ଠକେଇ ମାମଲାରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଖବର ଅନୁଯାୟୀ ଧର୍ମଗଡ଼ ଏସ୍ଡିପିଓ ଧୀରଜ ଚୋପଦାରଙ୍କ ସୂଚନା ଅନୁଯାୟୀ ଗୋଲାମୁଣ୍ଡା ବ୍ଲକର ମକରାଗୁଡ଼ା ଅଞ୍ଚଳର କ୍ଷେତ୍ରମୋହନ ବାଗ ଥାନାରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ତାଙ୍କ ଗାଁର ଚାଷୀଙ୍କ ଅଜାଣତରେ ସେମାନଙ୍କ ଜମିପଟ୍ଟା ବ୍ୟବହାର କରି ଅନ୍ୟମାନେ କୄଷିବୀମା କରି ଟଙ୍କା ନେଇ ଯାଇଛନ୍ତି। ଏହି ଘଟଣାର ତଦନ୍ତ ସମୟରେ ବିନ୍ଦୁ ମହାନନ୍ଦଙ୍କ ସଂପୃକ୍ତି ଜଣାପଡ଼ିଥିଲା। ସେ ନକଲି ଡକ୍ୟୁମେଣ୍ଟ ତିଆରି କରି ଇନ୍ସ୍ୟୁରାନ୍ସ କରି ୨୫ ଲକ୍ଷ ଟଙ୍କା ଆତ୍ମସାତ୍ କରିଛନ୍ତି। ଯେଉଁମାନଙ୍କର ପଟ୍ଟା ନାହିଁ ସେମାନଙ୍କ ନାଁରେ ମଧ୍ୟ ନକଲି ଡକ୍ୟୁମେଣ୍ଟରେ ବୀମା କରି ବିନ୍ଦୁ ମହାନନ୍ଦ ଟଙ୍କା ଆତ୍ମସାତ୍ କରିଛନ୍ତି।