ଆସନ୍ତା ମାସରେ ଲଘୁଚାପ ସମ୍ଭାବନା

ଭୁବନେଶ୍ଵର : ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। କିନ୍ତୁ ବର୍ତ୍ତମାନର ଆକଳନ ଅନୁଯାୟୀ ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବନି। ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ପୂର୍ବନୁମାନ ଆଧାରରେ ଶ୍ରୀ ମହାପାତ୍ର କରିଛନ୍ତି ଏଥର ମଇ ମାସରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଛି। ମଇ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। କେବଳ ଅବପାତ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି। ବାତ୍ୟା ହେବ କି ନାହିଁ ସ୍ପଷ୍ଟ ହୋଇନି। ଯଦି ବାତ୍ୟା ହେବ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ ନାହିଁ।

ସୂଚନାଯୋଗ୍ୟ ଗତ କିଛିବର୍ଷ ହେବ ମଇ ମାସରେ ଲଘୁଚାପ ସୃଷ୍ଟି ହେଉଥିବାରୁ ପାଣିପାଗ ବିଭାଗର ଆକଳନ ଏବେ ଚିନ୍ତାର କାରଣ ହୋଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାର ନିକଟରେ ଏକ ପ୍ରସ୍ତୁତି ବୈଠକ କରିଥିଲେ। ମଇ ମାସରେ ଆସୁଥିବା ବାତ୍ୟାର ମୁକାବିଲା କିପରି କରାଯିବା ତାହା ଉପରେ ବିସ୍ତ୍ରୁତ ଆଲୋଚନା କରାଯାଇଛି। ଏଥିପାଇଁ ପ୍ରସ୍ତୁତ ରହିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button