ମୁଣ୍ଡଳୀ ଟୋଲ ଗେଟ୍ ଗଣ୍ଡଗୋଳ ପଛରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି : କଂଗ୍ରେସ

ଭୁବନେଶ୍ଵର : ମୁଣ୍ଡଳୀ ଟୋଲଗେଟ୍ ଗଣ୍ଡଗୋଳକୁ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ଅଭିଯୋଗ ଆଣିଛି ଗଣ୍ଡଗୋଳ ପଛରେ ମନ୍ତ୍ରୀ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମ୍ପୃକ୍ତି ରହିଛି। ଅନ୍ୟପକ୍ଷରେ ମାରପିଟ୍ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।

ପର୍ଯ୍ୟଟକଙ୍କୁ ଟୋଲଗେଟ କର୍ମଚାରୀଙ୍କ ମାଡ ମାରିବା ପରେ ଅନିର୍ଦ୍ଦିଷ୍ଟ ପାଇଁ ମୁଣ୍ଡଳି ଟୋଲ କାର୍ଯ୍ୟାଳୟକୁ ଆଠଗଡ଼ ପ୍ରଶାସନ ସିଲ କରିଛି। ହେଲେ ଏହି ଘଟଣାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ଦୋଷ ଲଦିଛି ସମ୍ପୃକ୍ତି କଂଗ୍ରେସ। କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଅଭିଯୋଗ କରିଛନ୍ତି ଟୋଲ ଗେଟରେ ୨୦୦ ଟଙ୍କା ସ୍ଥାନରେ ୫୦୦ ଟଙ୍କା ମଗାଯାଉଛି। ବାକି ୩୦୦ ଟଙ୍କା ମନ୍ତ୍ରୀଙ୍କ ପକେଟକୁ ଯାଉଛି।

ସେହିପରି ମୁଣ୍ଡଳୀ ଟୋଲ ଗେଟରେ ବେଆଇନ ଭାବେ ମନ ଇଛା ଫି ନେଉଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କେବେଳ ଅଧିକ ଫି ନୁହେଁ ଗାଡିଚାଳକ ଓ ଯାତ୍ରୀଙ୍କୁ କର୍ମଚାରୀମାନେ ଦୁବ୍ୟବାହର କରୁଥିବା ସେମାନେ କହିଛନ୍ତି। ୧୯୯୬ ମସିହାରୁ ଏଠାରେ ଟୋଲ ଫି ଆଦାୟ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପୁରୁଣା ଟୋଲ ଗେଟ୍ ଉଠିଯାଇଥିବାରୁ ଏହାକୁ ବନ୍ଦ କରିଦେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Back to top button