ବିଜେପିର ‘ବେଟି ବଚାଓ’ ଏବେ ‘ବେଟି ଜଲାଓ’ ନାରାରେ ବଦଳିଲାଣି : ମମତା ବାନାର୍ଜୀ

ନୂଆଦିଲ୍ଲୀ : ବିଜେପିର ‘ବେଟି ବଚାଓ’ ନାରା ଏବେ ‘ବେଟି ଜଲାଓ’ ନାରାରେ ବଦଳିଲାଣି। ଆଜି ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଅଭିଯୋଗ ଆଣିଛନ୍ତି ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଖବର ଅନୁଯାୟୀ ଶୁକ୍ରବାର ଟିଏମସି ପକ୍ଷରୁ ଆୟୋଜିତ ଶହିଦ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମମତା। ଏହି ଅବସରରେ ସେ କହିଥିଲେ ବିଜେପି ବେଟି ବଚାଓ ନାରା ଦେଇଥିଲା। ହେଲେ ଏବେ ସେହି ନାରା କେଉଁଠି ଅଛି ? ଆଜି ମଣିପୁର ଜଳୁଥିବା ବେଳେ ସାରା ଦେଶ ଜଳୁଛି। ବିଲକିସ୍ ବାନୋ ଓ କୁସ୍ତିଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଛି। ତେଣୁ ଆଗାମୀ ଦିନରେ ଦେଶର ମହିଳାମାନେ ବିଜେପିକୁ ଦେଶର ରାଜନୀତିରୁ ବାହାର କରିଦେବେ।

ମମତା କହିଥିଲେ ତୃଣମୂଳ କଂଗ୍ରେସକୁ କୌଣସି ସିଟ୍ ଦରକାର ନାହିଁ। ହେଲେ ଆମେ ଚାହୁଁ କେବଳ ବିଜେପି ଶାସନରୁ ହଟୁ। ଏଥିସହିତ ବିରୋଧୀମାନଙ୍କର ମେଣ୍ଟ ଇଣ୍ଡିଆ ବ୍ୟାନର ତଳେ ତୃଣମୂଳ କଂଗ୍ରେସ କେନ୍ଦ୍ର ବିରୋଧରେ ବିରୋଧ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି।

ସେହିପରି ଟିଏମସି ନେତା ଅଭିଷେକ ବାନାର୍ଜୀ ଘୋଷଣା କରିଛନ୍ତି ଆସନ୍ତା ଗାନ୍ଧୀ ଜୟନ୍ତୀରେ ଟିଏମସି ମନରେଗା ଓ ଅନ୍ୟ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବ। ଏହି ପ୍ରଦର୍ଶନ ଦିଲ୍ଲୀରେ ବଡ ଆକାରରେ ଆୟୋଜିତ କରାଯିବ।

Leave a Reply

Your email address will not be published. Required fields are marked *

Back to top button