ଯାତ୍ରୀବାହୀ ବସ୍‌ରେ ଦୂରତା ଓ ଭଡ଼ା ଲେଖିବାକୁ ପରିବହନ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ଵର : ଏଣିକି ପ୍ରତ୍ୟେକ ଯାତ୍ରୀବାହୀ ବସରେ ରୁଟ୍ ଓ କେଉଁ ଶ୍ରେଣୀର (ଅର୍ଡିନାରୀ, ଡିଲକ୍ସ ନା ସୁପର ଡିଲକ୍ସ) ଲେଖାଯିବ। ଏହାଛଡା ଗନ୍ତବ୍ୟ ସ୍ଥଳର ଦୂରତା ଓ କେତେ ଭଡ଼ା ସେସବୁ ବସ୍ ମାଲିକମାନେ ବସରେ ପ୍ରଦର୍ଶିତ କରିବେ। ଏନେଇ ରାଜ୍ୟ ପରିବହନ ବିଭାଗ ଚିଠି ଲେଖିଥିବା ଜଣାପଡିଛି।

ଖବର ଅନୁଯାୟୀ ରାଜ୍ୟରେ ଚଳାଚଳ କରୁଥିବା କୋଣସି ଘରୋଇ ବସରେ ରହଣିସ୍ଥଳର ଦୂରତା ଓ ଭଡା ସମ୍ପର୍କରେ ଉଲ୍ଲେଖ ନାହିଁ। ତାହାଛଡା ପୂର୍ତ୍ତ ବିଭାଗ ଦ୍ଵାରା ରାସ୍ତା ଗୁଡିକରେ ଲେଖାଯାଇଥିବା କିଲୋମିଟର ଅନୁଯାୟୀ ବସରେ ଭଡା ନିଆଯାଉନାହିଁ। ଯାତ୍ରୀମାନଙ୍କ ଠାରୁ ଅଧିକ ଆଦାୟ କରାଯାଉଛି। ଯଦି କେହି ପ୍ରତିବାଦ କରୁଛି କଣ୍ଡକ୍ଟର ଶୁଣୁନି। ଧାର୍ଯ୍ୟ ଭଡା ଦିଅ, ନଚେତ ଓହ୍ଲାଇଯାଅ ବୋଲି ସେ କହିବାକୁ ପଛାଉ ନାହିଁ। ଯାହାଫଳରେ ଯାତ୍ରୀମାନେ କିଲୋମିଟର କଥା ନପଚାରି ଭଡା ଦେବାକୁ ବାଧ୍ୟ ହେଉଛନ୍ତି। ତେଣୁ ପରିବହନ ବିଭାଗ ଖାଲି ଚିଠି ଲେଖିଦେଲେ ସମସ୍ୟାର ସମାଧାନ ହେବନି। ଏଥିପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯେଉଁ ବସମାଲିକମାନେ ବିଭାଗର ନିର୍ଦ୍ଦେଶ କାର୍ଯ୍ୟକାରୀ କରୁନାହାନ୍ତି ସେମାନଙ୍କୁ ଦଣ୍ଡିତ କରାଯିବା ଉଚିତ ବୋଲି ମତପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *

Back to top button