ପାକିସ୍ତାନରେ ଚୀନ୍ କରିବ ପରମାଣୁ କାରଖାନା

ଇସ୍ଲାମାବାଦ : ପାକିସ୍ତାନର ପଞ୍ଜାବରେ ଚୀନ୍ ସ୍ଥାପନ କରିବ ପରମାଣୁ କାରଖାନା। ଏଥିପାଇଁ ପାକିସ୍ତାନ ସହିତ ଚୀନ ୪.୮ ବିଲିୟନ ଡଲାରର ଚୁକ୍ତି ସ୍ୱାକ୍ଷର କରିଛି।
ଖବର ଅନୁଯାୟୀ ଏହି ଚୁକ୍ତି ଅଧୀନରେ ପଞ୍ଜାବର ମିଆଁୱାଲି ଜିଲ୍ଲାର ଚସ୍ମାଠାରେ ୧,୨୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ଚସ୍ମା-ଭି ପରମାଣୁ କାରଖାନା ବେଜିଂ ନିର୍ମାଣ କରିବ। ଏସଂପର୍କରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ଵାଜ୍ ସରିଫ୍ କହିଛନ୍ତି ଆଣବିକ ଶକ୍ତି କେନ୍ଦ୍ର ଚୁକ୍ତି ସ୍ୱାକ୍ଷରକୁ ପାକିସ୍ତାନ ଓ ଚୀନ୍ ମଧ୍ୟରେ ଅର୍ଥନୈତିକ ସହଯୋଗ ବୃଦ୍ଧିର ଏକ ପ୍ରତୀକ। ବିଳମ୍ବ ନକରି ଏହି ପ୍ରକଳ୍ପ ଖୁବଶୀଘ୍ର ଶେଷ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି।
ଇମ୍ରାନ୍ ଖାନ୍ଙ୍କ ନେତୃତ୍ୱାଧୀନ ପୂର୍ବ ସରକାର ଏହି ପ୍ରକଳ୍ପରେ ବିଳମ୍ବ କରିଥିବାରୁ ସେ ସମାଲୋଚନା କରି କହିଛନ୍ତି ଆମେ ଆଉ କୌଣସି ପ୍ରକାରର ବିଳମ୍ବ ନକରି ଏହାକୁ ଯଥାଶୀଘ୍ର ଆରମ୍ଭ କରିବୁ। ଏକ କଠିନ ଅର୍ଥନୈତିକ ପରିସ୍ଥିତିରେ ପାକିସ୍ତାନ ଏହି ପ୍ରକଳ୍ପ ମାଧ୍ୟମରେ ଚୀନଠାରୁ ୪.୮ ବିଲିୟନ ଡଲାର ନିବେଶ କରୁଛି ବୋଲି ପ୍ରଧାନମନ୍ତ୍ରୀ ଶେହଓ୍ଵାଜ୍ ସରିଫ୍ କହିଛନ୍ତି।