ମହମ୍ମଦ ମୋକିମ ଉପରୁ ନିଲମ୍ବନ ହଟିବ !

କଟକ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ। ଦଶହରା ଅବସରରେ କଟକରେ ଦୁଇ ନେତା ଏକାଠି ହୋଇଥିବାରୁ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ହେଉଛି।

ଖବର ଅନୁଯାୟୀ ମହମ୍ମଦ ମୋକିମ କହିଛନ୍ତି ଦୁର୍ଗା ପୂଜା ପାଇଁ କଟକ ସହର ପ୍ରସିଦ୍ଧ। ଦେଖିବା ପାଇଁ ସମସ୍ତେ ଆସନ୍ତି। ପୂଜା ମଣ୍ଡପରେ ପିସିସ ସଭାପତି ଶରତ ପଟ୍ଟନାୟକଙ୍କ ସହ ଆକସ୍ମିକ ଦେଖା ହୋଇଥିଲା। ଉଭୟେ ପରସ୍ପରକୁ ଆଲିଙ୍ଗନ କଲୁ। ଦେଖା ସାକ୍ଷାତ ଭଲ ହେଲା। ଗୋଟେ ଦଳର ନେତା ଆମେ ଏକାଠି ହେବା ବହୁତ ଖୁସି ଲାଗିଲା। ମୋତେ ଦଳ ସସ୍ପେଣ୍ଡ କରିଛି। କିନ୍ତୁ ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି। ଆଗକୁ ଚିତ୍ର ସ୍ପଷ୍ଟ ହେବ। ବାରମ୍ବାର କହିଛି ମୁଁ କଂଗ୍ରେସ ତୃଣମୂଳ ସ୍ତରର ନେତା। ଯେତେ ଆକ୍ସନ ନେଲେ ମଧ୍ୟ ଅଛି ଓ ରହିବି। ଖୁବ୍ ଶୀଘ୍ର ମୋତେ ଦଳ ଗ୍ରହଣ କରିବ। ସାମୟିକ ନିଲମ୍ବନ ହୋଇଛି। ଦଳ ପୁଣି ମୋତେ ଆପଣାଇ ମୋ ଦାୟିତ୍ଵ ଫେରାଇବ। ୨୦୨୪ ନିର୍ବାଚନରେ କଟକ ବାରବାଟୀରୁ କଂଗ୍ରେସ ଟିକେଟରେ ଲଢ଼ିବି।

Leave a Reply

Your email address will not be published. Required fields are marked *

Back to top button