୨୦୨୪ ସାଧାରଣତନ୍ତ୍ର ଦିବସ ସମାରୋହରେ ବାଇଡେନ ହେବେ ଅତିଥି

ନୂଆଦିଲ୍ଲୀ : ଆସନ୍ତା ଜାନୁଆରି ୨୬ ତାରିଖ ଭାରତର ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ହେବାପାଇଁ ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରଣ କରିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ୍‌ ଗାର୍ସେଟି ଆଜି ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ନିକଟରେ ଭାରତରେ ଶେଷ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାଇଡେନଙ୍କୁ ନିମନ୍ତ୍ରଣ କରିଥିଲେ ବୋଲି ଗାର୍ସେଟି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button