କେରଳରେ :ଛୁଇଁଲା ମୌସୁମୀ : ଓଡ଼ିଶାକୁ ବିଳମ୍ବରେ ଆସିବ

ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। ଓଡ଼ିଶାକୁ ପ୍ରବେଶ କରିବାରେ ବିଳମ୍ବ ହେବ। ଏହି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର।

ଗୁରୁବାର ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇଦିନ ମଧ୍ୟରେ ବଙ୍ଗୋପସାଗର, ଆରବ ସାଗରର ବ୍ୟାପକ ଅଞ୍ଚଳକୁ ବ୍ୟାପିବା ପରେ ମୌସୁମୀ ସମଗ୍ର କେରଳ ଓ ତାମିଲନାଡୁ ସମେତ ଦକ୍ଷିଣ ଭାରତରେ ବିସ୍ତାରିତ ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତରପୂର୍ବ ଭାରତରେ ମଧ୍ୟ ପ୍ରବେଶ କରି କେନ୍ଦ୍ରୀୟ ଭାରତ ଆଡ଼କୁ ଅଗ୍ରସର ହେବ।

ସେ କହିଛନ୍ତି ସାଧାରଣତଃ ୧୨ ତାରିଖ ପାଖାପାଖି ଓଡ଼ିଶାରେ ମୌସୁମୀ ବାୟୁ ପ୍ରବେଶ କରିଥାଏ। ଏଥର କେରଳ ପହଞ୍ଚିବାରେ ପ୍ରାୟ ଏକ ସପ୍ତାହ ବିଳମ୍ବ ଘଟିଛି। ତେଣୁ ମୌସୁମୀ ଓଡ଼ିଶା ଆସିବା ବିଷୟରେ ପୂର୍ବାନୁମାନ କରାଯାଇନହିଁ। କିନ୍ତୁ ବିଳମ୍ବରେ ଓଡ଼ିଶାକୁ ମୌସୁମୀ ବାୟୁ ଆସିବାର ସମ୍ଭାବନା ଅଛି ବୋଲି। ସେ କହିଛନ୍ତି ମୌସୁମୀ ବାୟୁ ପ୍ରବାହଜନିତ ବର୍ଷା କିଭଳି ହେବ ତାହା କୁହାଯାଇ ପାରିବ ନାହିଁ। ମେ’ ମାସ ଶେଷରେ ଯେଉଁ ପୂର୍ବାନୁମାନ କରାଯାଇଥିଲା ଜୁନ୍‌ ମାସର ପାଣିପାଗ ସେପରି ରହିଛି। ଜୁଲାଇ ମାସରେ କିଭଳି ବର୍ଷା ହେବ ତାହା ଜୁନ୍‌ ମାସର ଶେଷ ଆଡ଼କୁ ହେବାକୁ ଥିବା ଆକଳନରୁ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *

Back to top button