ପାଲେଷ୍ଟାଇନ ଉପରେ ମନ୍ତବ୍ୟ ପାଇଁ ବ୍ରିଟିଶ ଆଭ୍ୟନ୍ତରୀଣ ମନ୍ତ୍ରୀ ବରଖାସ୍ତ

ନୂଆଦିଲ୍ଳୀ : ମହଙ୍ଗା ପଡିଲା ପାଲେଷ୍ଟାଇନ ଉପରେ ମନ୍ତବ୍ୟ। ସେଥିପାଇଁ ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଏଲା ବ୍ରେଭର୍‌ମ୍ୟାନ୍‌ଙ୍କୁ ବରଖାସ୍ତ କରିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ।

ଖବର ଅନୁଯାୟୀ ସୁଏଲା ବ୍ରାଭରମ୍ୟାନ୍‌ ଶନିବାର ପୋଲିସର ପାଲେଷ୍ଟାଇନ ବିରୋଧୀ ପଦଯାତ୍ରା ବିଷୟରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ। ଗଣମାଧ୍ୟମ ସହ ସାକ୍ଷାତ୍‌କାରରେ ସେ କହିଥିଲେ କେତେକ ବ୍ରିଟିସ ପାକିସ୍ତାନୀ ଇଂଲଣ୍ଡରେ ଚାଇଲ୍‌ଡ ଆବ୍ୟୁଜ୍ (ଶିଶୁ ଯୌନ ନିର୍ଯାତନା) ନେଟ୍‌ୱର୍କ ଚଳାଇଛନ୍ତି। ସରଳ ଶ୍ଵେତାଙ୍ଗ ଝିଅମାନଙ୍କୁ ନିଶା ଦେଇ ସେମାନଙ୍କ ସହ ଦୁଷ୍କର୍ମ କରୁଛନ୍ତି। କିନ୍ତୁ ଆମର ବିଭିନ୍ନ ସରକାରୀ ପ୍ରତିଷ୍ଠାନ, ସାମାଜିକ କାର୍ଯ୍ୟକର୍ତ୍ତା, ପୋଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ପାକିସ୍ତାନୀ ବଂଶୋଦ୍ଭବମାନଙ୍କ ଏତାଦୃଶ କାର୍ଯ୍ୟକଳାପ ପ୍ରତି ଆଖି ବୁଜିଦେଉଛନ୍ତି। କାରଣ ସେମାନଙ୍କର ଭୟ ହେଉଛି ଯଦି ସେମାନେ ପାକିସ୍ତାନୀ ବଂଶୋଦ୍ଭବଙ୍କ ଉପରେ ନଜର ରଖନ୍ତି ବା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ସେମାନଙ୍କୁ କାଳେ କେହି ରେସିଷ୍ଟ (ଜାତିବାଦୀ) କହିଦେବ।

କେବଳ ସେତିକି ନୁହେଁ ସୁନକଙ୍କ ଅନୁମୋଦନ ବିନା ଏପରି ମନ୍ତବ୍ୟ ଦେଇନାହାନ୍ତି। ପଦଯାତ୍ରାରେ ପୋଲିସ୍‌ର ପରିଚାଳନାକୁ ନିନ୍ଦାକରି ଏକ ଆର୍ଟିକିଲ୍‌ ଲେଖିଥିଲେ। ତେଣୁ ଅଭିଯୋଗ ହୋଇଥିଲା ତାଙ୍କର ଏଭଳି ଆଭିମୁଖ୍ୟ ଉତ୍ତେଜନାକୁ ବଢ଼ାଇବାରେ ସାହାଯ୍ୟ କରିଥିଲା । ଯାହାକି ସୁନକଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ପକାଇଥିଲା।

Leave a Reply

Your email address will not be published. Required fields are marked *

Back to top button