ଡିସେମ୍ବରେ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବା

ନୂଆଦିଲ୍ଲୀ : ଭାରତର ଘରୋଇ ଟେଲିକମ କମ୍ପାନୀ ଗୁଡ଼ିକ ୫ଜି ପିଏଆରଇ ୬ଜି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ବିଏସ୍‌ଏନ୍‌ଏଲ୍ ବ ଭାରତ ସଂଚାର ନିଗମ ଲିମିଟେଡ୍ ରହିଛି ପଛରେ। ଏବେ ଘୋଷଣା କରିଛି ଡିସେମ୍ବରରେ ପରୀକ୍ଷାମୂଳକ ଭାବେ ୪ଜି ଲଞ୍ଚ୍ କରିବ। ଆସନ୍ତା ବର୍ଷ ଜୁନ ମାସ ସୁଦ୍ଧା ସମ୍ପୂର୍ଣ୍ଣ ଦେଶରେ ୪ଜି ସେବା ଲାଗୁ ହେବ। ବିଏସ୍‌ଏନ୍‌ଏଲ୍‌ ଚେୟାରମ୍ୟାନ୍‌ ଓ ମ୍ୟାନେଜିଂ ଡାଇରେକ୍ଟର ପିକେ ପୁରୱାର ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ପୁରୱାର କହିଛନ୍ତି କମ୍ପାନୀ ଆସନ୍ତା ବର୍ଷ ଜୁନ୍‌ ମାସ ପରେ ୪ଜିକୁ ୫ଜିରେ ଅପ୍‌ଗ୍ରେଡ୍ କରିବାକୁ ଯୋଜନା କରୁଛି। ଡିସେମ୍ବର ମାସରେ ବିଏସ୍‌ଏନ୍ଏଲ୍‌ ୪ଜି ସେବା ପଞ୍ଜାବରେ ଆରମ୍ଭ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି। ୨୦୨୪ ଜୁନ ସୁଦ୍ଧା ସାରା ଦେଶରେ ୪ଜି ସେବା ଚାଲୁ କରିବାକୁ ଆମର ଟାର୍ଗେଟ୍ ରହିଛି। ୫ଜିକୁ ଅପ୍‌ଗ୍ରେଡ୍‌ ହେଲା ଭଳି ଦେଶରେ ୪ଜି ନେଟ୍‌ୱାର୍କ ବିଛାଇବାକୁ ବିଏସ୍‌ଏନ୍‌ଲ ଆଇଟି କମ୍ପାନୀ ଟିସିଏସ୍ ଓ ସରାକାରୀ ଆଇଟିଆଇକୁ ୧୯ ହଜାର କୋଟିର ଅର୍ଡର ଦେଇଛି। ଥରେ ୪ଜି ସେବା ଆରମ୍ଭ ହୋଇଗଲେ ୫ଜି ଲଞ୍ଚ କରିବାକୁ ବିଏସ୍‌ଏନ୍ଏଲ୍ ପାଖରେ ଯଥେଷ୍ଟ ସ୍ପେକ୍ଟ୍ରମ ରହିଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button