ପତ୍ନୀ କହି ବାପାଙ୍କ ପେନସନ୍ ହଡପ କରୁଥିଲା ଝିଅ

ନୂଆଦିଲ୍ଲୀ : ବାପାଙ୍କ ୧୨ଲକ୍ଷ ଟଙ୍କା ପେନସନ୍ ହଡପ। ପତ୍ନୀ ବୋଲି କହି ଝିଅ ନେଉଥିଲା ଏହି ଟଙ୍କା। ଉତ୍ତରପ୍ରଦେଶର ଏଭଳି ଘଟଣା ଘଟିଥିବା ବେଳେ ୧୦ବର୍ଷ ପରେ ଏହାର ଖୁଲାସା କରିଛି ଜିଲ୍ଲା ପ୍ରଶାସନ।

ଖବର ଅନୁଯାୟୀ ଅଲିଗଞ୍ଜ ତହସିଲର କୁଞ୍ଚାଦାୟମ ଖାନ ମୋହଲ୍ଲାରେ ଏହି ଘଟିଛି। ଏଟାରେ ରହୁଥିବା ବିଜାରତ ଉଲ୍ଲା ଖାନ ୧୯୮୭ ନଭେମ୍ବର ୩୦ରେ ଲେଖପାଲ ପଦରୁ ଅବସର ନେଇଥିଲେ। ଏହାର କିଛିବର୍ଷ ପରେ ବିଜାରତଙ୍କ ବେଗମ୍ ସାବିଆଙ୍କର ଦେହାନ୍ତ ହୋଇଥିଲା। ତା’ପରେ ୨୦୧୩ ଜାନୁଆରି ୨ ତାରିଖରେ ବିଜାରତଙ୍କର ଦେହାନ୍ତ ହୋଇଥିଲା।

ବିଜାରତଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମୋହସିନା ପରଭେଜ ପେନ୍‌ସନ୍‌ ଫର୍ମରେ ନିଜକୁ ବିଜାରତଙ୍କ ବେଗମ୍ ଦର୍ଶାଇ ପେନସନ ନେବା ଆରମ୍ଭ କରିଥିଲେ। ୧୦ବର୍ଷ ହେଲା ସେ ଏପରି ପେନସନ ନେଉଥିଲେ ହେଁ କାହାକୁ ଏ ବିଷୟରେ ଜଣାନଥିଲା। କିନ୍ତୁ ଡେପୁଟି କଲେକ୍ଟର ମାନବେନ୍ଦ୍ର ସିଂ ଏନେଇ ଆସିଥିବା ଅଭିଯୋଗର ଅନୁସନ୍ଧାନ କରିଥିଲେ। ତଦନ୍ତ ଚାଲୁଥିବା ଜାଣି ମହୋସିନା ଫେରାର ହୋଇଯାଇଥିଲେ। ହେଲେ ପୋଲିସ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରିବା ପରେ ଜେଲକୁ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button