ପ୍ରିଗୋଜିନଙ୍କ ଘରେ ରୁଷ ସେନାର ଚଢଉ

ମସ୍କୋ : ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ସ୍ଵର ଉଠାଇଥିଲେ ବେସରକାରୀ ସେନା ୱାଗନରର ମୁଖ୍ୟ ୟେଭଗେନି ପ୍ରିଗୋଜିନ। ରୁଷୀୟ ସୁରକ୍ଷା ବାହିନୀ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଓ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଛି।

ପ୍ରିଗୋଜିନଙ୍କ ବଙ୍ଗଳାରୁ ବନ୍ଧୁକ, ଗୋଳାବାରୁଦ, ସୁନା ବାର, ୱିଗ ଭର୍ତ୍ତି ଏକ ଆଲମାରୀଓ ଏକ ବିଶାଳ ସ୍ଲେଜହାମର ମିଳିଥିବା ରଷର ଫେଡେରାଲ ସିକ୍ୟୁରିଟି ସର୍ଭିସ କହିଛି। କେତେକ କଟା ମଣିଷ ମୁଣ୍ଡର ଫଟୋ ମିଳିଥିବା ବେଳେ ଏହା ୟୁକ୍ରେନ ସୈନିକମାନଙ୍କର ବୋଲି ଅନୁମାନ କରାଯାଉଛି। ଏ ସଂପର୍କରେ ସବିଶେଷ ତଥ୍ୟ ମି​ଳିପାରିନି। ଏହାଛଡା ପ୍ରାୟ ୬୦୦ ନିୟୁତ ରୁଷୀୟ ରୁବେଲ ଓ ବିଭିନ୍ନ ନାମରେ ଅନେକ ପାସପୋର୍ଟ ଜବତ ହୋଇଛି।

Leave a Reply

Your email address will not be published. Required fields are marked *

Back to top button