ଜୟନାରାୟଣଙ୍କୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ : ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ଆଶ୍ଵସ୍ତି। ସମ୍ବଲପୁର ଟାଉନ ଥାନା ଆଇଆଇସିଙ୍କୁ ଦୁର୍ବ୍ୟବହାର ମାମଲାରେ ତାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଛି। ଅନ୍ୟାଦେଶ ପର୍ଯ୍ୟନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବନି।

ଖବର ଅନୁଯାୟୀ ସମ୍ବଲପୁର ଟାଉନ ଥାନାର ପୂର୍ବତନ ଆଇଆଇସି ଅନିତା ପ୍ରଧାନଙ୍କ ମାମଲାରେ ଉଚ୍ଚ ନ୍ୟାୟାଳୟ ଏହି ସୁରକ୍ଷା ପ୍ରଦାନ କରିଛନ୍ତି। ତେବେ ଦୁଇଟି ମାମଲାରେ ଗିରଫଦାରୀ ଏଡ଼ାଇବାକୁ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ ସମ୍ବଲପୁରରେ ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନଙ୍କୁ ଧକ୍କା ମାରିବା ଘଟଣାରେ ମହିଳା ବିଜେଡି ପକ୍ଷରୁ ଜୟନାରାୟଣ ଅବସ୍ଥାନ କରୁଥିବା ସର୍କିଟ ହାଉସ ଘେରାଉ କରାଯାଇଥିଲା। ଜୟ ନାରାୟଣ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ମାଗନ୍ତୁ ଓ ବିଧାୟକ ପଦରୁ ଇସ୍ତଫା ଦିଅନ୍ତୁ ବିଜେଡି ଦାବି କରିଥିଲା। ସେହିପରି ଜୟ ନାରାୟଣଙ୍କ ବିରୁଦ୍ଧରେ ଜିଲ୍ଲା କନେଷ୍ଟେବଲ ଓ ହାବିଲଦାର ସଂଘ ସହିତ ପୋଲିସ ଅଫିସର ସଂଘ ଏକାଠି ହୋଇ ଉତ୍ତରାଂଚଳ ଆଇଜି ଡକ୍ଟର ଦୀପକ କୁମାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏ ସଂକ୍ରାନ୍ତରେ ଟାଉନ ଥାନାରେ ତାଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button