ପାର୍ବଣରେ ସତର୍କ ରହିବାକୁ ଏମ୍ସ ନିର୍ଦ୍ଦେଶକଙ୍କ ପରାମର୍ଶ

ନୂଆଦିଲ୍ଲୀ : ଅକ୍ଟୋବର ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଛଅରୁ ଆଠ ସପ୍ତାହ ସତର୍କ ଓ ସଚେତନ ରହିବା ଆବଶ୍ୟକ। ଏହି ପରାମର୍ଶ ଦେଇଛନ୍ତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଦିଲ୍ଲୀର ନିର୍ଦ୍ଦେଶକ ଡ. ଗୁଲେରିଆ।

ଶୁକ୍ରବାର ଡ. ଗୁଲେରିଆ କହିଛନ୍ତି କରୋନା ସଂପର୍କିତ ଟିକାକରଣ ଓ ଭ୍ୟାକ୍ସିନର ସମସ୍ତ ତଥ୍ୟ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ)କୁ ପଠାଇ ଦିଆଯାଇଛି। ଆଶା କରାଯାଉଛି ଡବ୍ଲ୍ୟୁଏଚଓରୁ ଏହି ଭ୍ୟାକ୍ସିନର ଜରୁରୀକାଳୀନ ମାନ୍ୟତା ମିଳିବ। ପାର୍ବଣ ଋତୁରେ ସାବଧାନ ନରହିଲେ ସ୍ଥିତି ଜଟିଳ ହୋଇପାରେ ସେ ସତର୍କ କରାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button