ପ୍ରେମପାଇଁ ମାଇଁ-ଭଣଜାର ହେଲା ବାହାଘର

ବିହାର : ଭଣଜା ସହିତ ମାଇଁର ବାହାଘର। ମାମୁ ନିଜେ ଏହି ବିବାହ କରାଇଥିବା ବେଳେ ଘଟଣାଟି ବିହାରରେ ଘଟିଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ଭଣଜା ଓ ମାଇଁଙ୍କ ମଧ୍ୟରେ ଦୀର୍ଘ ୩ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା। ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ ମହିଳାଙ୍କ ସ୍ଵାମୀ। ଏହା ଦେଖିବା ପରେ କ’ଣ କରିବେ କିଛି ବୁଝି ପାରି ନଥିଲେ। କାରଣ ସ୍ତ୍ରୀ ଯଦି ଭଣଜାଙ୍କ ସହିତ ଏଭଳି ସମ୍ପର୍କ ରଖି ପାରିଲେ ତାଙ୍କୁ ଆଉ ଜୋରଜବରଦସ୍ତି ପାଖରେ ରଖି କିଛି ଲାଭ ନାହିଁ ବୋଲି ସେ ସ୍ଥିର କରିଥିଲେ। ଏ ବିଷୟରେ ପଞ୍ଚାୟତ ସହିତ ଆଲୋଚନା କରିବ ପରେ ୪୦ବର୍ଷୀୟ ପତ୍ନୀ ସହ ୨୦ବର୍ଷୀୟ ଭଣଜାର ବିବାହ କରିବାକୁ ପଞ୍ଚାୟତ ସାମ୍ନାରେ ସର୍ତ୍ତ ରଖିଥିଲେ। ପଞ୍ଚାୟତ ଏଥିରେ ରାଜି ‌ହେବାରୁ ଏକ ମନ୍ଦିରକୁ ନେଇ ଭଣଜା ଓ ପତ୍ନୀଙ୍କର ବିବାହ କରାଇଥିଲେ। ଉକ୍ତ ମହିଳାଙ୍କ ୨ଟି ସନ୍ତାନ ଅଛନ୍ତି।

ମହିଳାଙ୍କ ସ୍ଵାମୀ କହଛନ୍ତି ମୁଁ ଜାଣିଛି ପତ୍ନୀ ଏବେ ମୋ ଭଣଜାଙ୍କୁ ଭଲ ପାଉଛନ୍ତି। ତେଣୁ ତାଙ୍କୁ ଘରେ ରଖିଲେ ବିଭିନ୍ନ ସମୟରେ ସେହି କଥାକୁ ନେଇ ଅଶାନ୍ତି ହେବ। ତେଣୁ ଦୁହିଁଙ୍କ ବିବାହ କରାଇବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଥିଲି।’

Leave a Reply

Your email address will not be published. Required fields are marked *

Back to top button