‘ଫେସ୍‌ବୁକ୍‌’ର ନାଁ ହେଲା ‘ମେଟା’

ସାନଫ୍ରାନ୍ସିକୋ : ବିଶ୍ୱର ସର୍ବାଧିକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଫେସ୍‌ବୁକ୍‌ର ନାଁ ବଦଳିଛି। ଏଣିକି ନାଁ ରହିବ ‘ମେଟା’ । ଫେସ୍‌ବୁକ୍‌ର ସିଇଓ ତଥା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି।

ଜୁକରବର୍ଗ କହିଛନ୍ତି ବିଶ୍ୱର ଲୋକଙ୍କୁ ଡିଜିଟାଲ କ୍ଷେତ୍ରରେ ଏକତ୍ର କରିବାକୁ ଏହି ପ୍ରୟାସ କରାଯାଇଛି। ଏହାର ରି-ବ୍ୟାଣ୍ଡିଂ ସହ ବହୁ ସମୟରେ ଆସୁଥିବା କପି ରାଇଟ୍ ସମସ୍ୟାକୁ ଏଡ଼ାଇବା ନିମନ୍ତେ ଏପରି କରାଯାଇଥିବା ବେଳେ ଏଣିକି ‘ମେଟା’ ଭାବେ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପୂର୍ବ ସୁବିଧା ବ୍ୟବହାରକାରୀଙ୍କୁ ଯୋଗାଇ ଦେବ।

ବାର୍ଷିକ ସମ୍ମିଳନୀରେ ଜୁକରବର୍ଗ କହିଛନ୍ତି ବିଗତ ଦିନରେ ବିଭିନ୍ନ ସାମାଜିକ ଘଟଣା ସହ ଜଡ଼ିତ ରହି ଆମେ ବହୁତ କିଛି ଶିଖିଛୁ। ଯାହା କିଛି ଶିଖିଛୁ ଏହାକୁ ଆଗାମୀ ଦିନରେ ନିଜକୁ ଅଧିକ ଲୋକପ୍ରିୟ ବ୍ୟବହାର କରିବୁ। ଏଥିସହ କମ୍ପାନୀ ନାଁ ବଦଳାଯାଇ ‘ମେଟା’ ରଖାଯାଇଥିବା ସେ ଘୋଷଣା କରିଥିଲେ। ତେବେ କଂପାନୀର ନାଁ ବଦଳୁଥିଲେ ମଧ୍ୟ ଫେସବୁକ୍‌, ଇନଷ୍ଟାଗ୍ରାମ୍‌ ଓ ହ୍ୱାଟସ୍‌ଆପ୍‌ର ନାଁ ଅପରିବର୍ତ୍ତିତ ରହିବ।

ଫେସ୍‌ବୁକ୍‌ ପ୍ଲାଟଫର୍ମକୁ କେତେକ ନ୍ୟସ୍ତସ୍ୱାର୍ଥ୍ୟ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟରେ ଲଗାଇବା, ଫେକ୍‌ ନ୍ୟୁଜ୍‌ର ପ୍ରସାରଣ ସହ ବିଭିନ୍ନ ରାଷ୍ଟ୍ରର ରାଜନେତାମାନଙ୍କ ସମାଲୋଚନା ପରେ ଫେସବୁକ୍‌ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଆଗାମୀ ୫ ବର୍ଷରେ ଫେସ୍‌ବୁକ ଏକ ‘ମେଟାଭର୍ସ’ କମ୍ପାନୀ ହେବାକୁ ଯାଉଥିବା ଜୁକରବର୍ଗ କହିଛନ୍ତି। ମେଟାଭର୍ସ ଯୋଜନାର ଏକ ଅଂଶ ଭାବେ ସେ କମ୍ପାନୀର ରିବ୍ରାଣ୍ଡିଂ କରି ଏପରି ନାଁ ରଖିଛନ୍ତି। ଫେସବୁକ୍‌ ଚଳିତ ବର୍ଷ ଏହାର ଭର୍ଚୁଆଲ ୱାର୍ଲ୍ଡ ମେଟାଭର୍ସ ପାଇଁ ୧୦ ବିଲିୟନ ଡଲାର ବିନିଯୋଗ କରିବାକୁ ଯାଉଛି।

Leave a Reply

Your email address will not be published. Required fields are marked *

Back to top button