ଜେଇଇ ମେନ୍ ପରୀକ୍ଷାରେ ଦୁର୍ନୀତି କରି ୭ ଗିରଫ

ନୂଆଦିଲ୍ଲୀ : ଆଶାୟୀ ଛାତ୍ର-ଛାତ୍ରୀଙ୍କୁ ଏନଆଇଟି ପରି ସଂସ୍ଥାରେ ନାମ ଲେଖାଇବାରେ ସାହାଯ୍ୟ କରୁଥିଲେ। ଥରୁଟିଏ ପ୍ରବେଶ ହୋଇଗଲା ପରେ ସମଗ୍ର ଦେଶରେ ପ୍ରତିଟି ଆଶାୟୀଙ୍କଠୁ ୧୨ ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଏମିତି ଅନିମିୟତା ଅଭିଯୋଗ ହୋଇଛି ଜେଇଇ ମେନକୁ ନେଇ। ମାମଲା ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କ ପଚରାଉଚୁରା କରାଯିବା ସହ ତଦନ୍ତ ଜାରି ରହିଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଅର୍ଥାତ ଜେଇଇ ମେନ୍ ୨୦୨୧ରେ ହୋଇଥିବା ଅନିୟମିତତା ଅଭିଯୋଗରେ ଶୂକ୍ରବାର ସାତ ଅଭିଯୁକ୍ତଙ୍କୁ ଗିରଫ କରିଛି ସିବିଆଇ। ଇନ୍ଦୋରରେ ମଧ୍ୟ ଏଜେନ୍ସିର ଚଢାଉ ଜାରି ରହିଛି।

ସିବିଆଇ ଗୁରୁବାର ଏକ ଘରୋଇ କମ୍ପାନୀ ସହ ଜଡିତ ଦୁର୍ନୀତିର ଖୁଲାସା କରିଥିଲା। ଯେଉଁଥିରେ ଜେଇଇ ପରୀକ୍ଷା ଆୟୋଜିତ କରିବା, ୧୦ ରୁ ୧୫ ଲକ୍ଷ ଟଙ୍କା ନେବା ଏବଂ ଛାତ୍ର-ଛାତ୍ରୀଙ୍କୁ ଏନଆଇଟି ପରୀକ୍ଷା ପାସ୍ କରାଇବାରେ ସାହାଯ୍ୟ କରିବାର କାମ ଏହି ଲୋକମାନଙ୍କୁ ଦିଆଯାଇଥିଲା। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଦିଲ୍ଲୀ/ଏନସିଆର, ପୁଣେ, ଜାମସେଦପୁର ସମେତ ବିଭିନ୍ନ ସହରରେ ୨୦ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ୨୫ ଲ୍ୟାପଟପ୍, ସାତ କମ୍ପ୍ୟୁଟର, ପ୍ରାୟ ୩୦ ପୋଷ୍ଟ ଡେଟେଡ୍ ଚେକ୍ ଜବତ କରାଯାଇଛି। ସିବିଆଇ ଏହି ସମ୍ବନ୍ଧରେ ବୁଧବାର ମାମଲା ରୁଜୁ କରିଥିଲା ଏବଂ ଗୁରୁବାର ପରୀକ୍ଷା ସରିବା ପରେ ଚଢାଉ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button