ମୁଁ କିଛି ଭୁଲ କରିନାହିଁ : ମହମ୍ମଦ ମୋକିମ୍

କଟକ : ଦଳବିରୋଧୀ କାର୍ଯ୍ୟ ପାଇଁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ନିଲମ୍ବିତ କରାଯାଇଛି। ଏଥିପାଇଁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଉ କହିଛନ୍ତି ମୁଁ କିଛି ଭୁଲ କରିନାହିଁ। ତେଣୁ ଅନୁତପ୍ତ ନୁହଁ।

ମହମ୍ମଦ ମୋକିମ ପ୍ରତିକ୍ରିୟାରେ କହିଛନ୍ତି ଆମ ଉତ୍ତରରେ ଶୃଙ୍ଖଳା କମିଟି ସନ୍ତୁଷ୍ଟ ହୋଇନଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଥିବା ଚିଠିରୁ ଜାଣିବାକୁ ପାଇଛି। ଦଳ ବିରୋଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ କିମ୍ବା ଦଳକୁ କ୍ଷତି କରିବା ଭଳି କାର୍ଯ୍ୟ କରିନାହୁଁ। ମୋର ବିଶ୍ୱାସ ଅଛି ଯିଏ ଯାହା କରିଛି ଆଗାମୀଦିନରେ ସତ୍ୟାସତ୍ୟ ପ୍ରକାଶ ପାଇବ। ମୁଁ ନିଲମ୍ବିତ ହେଲା ପରେ କଂଗ୍ରେସରେ ରହିବି। ଆଗାମୀ ଦିନରେ ଦଳକୁ ସୃଦୁଢ କରିବା ପାଇଁ କାର୍ଯ୍ୟ କରିବି। ଦଳ ନିଲମ୍ବନ କରିଛି ବହିଷ୍କାର ନୁହେଁ। ଏ ବିଷୟରେ ଏଆଇସିସି ସହ ଆଲୋଚନା କରିବି। ଖରାପ ସମୟରେ କଂଗ୍ରେସ ସହ ଥିଲୁ। କଂଗ୍ରେସକୁ ମଜବୁତ କରୁଥିଲୁ। କିଛି ନୀଚ୍ଚ ସ୍ୱାର୍ଥ ବ୍ୟକ୍ତି, ଯେଉଁମାନଙ୍କର ଗୋଡ଼ ତଳେ ମାଟି ନାହିଁ ସେମାନେ ପଦାଧିକାରୀ ହେବାକୁ ଦଳର ମଙ୍ଗ ଧରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

କଂଗ୍ରେସ ଛାଡ଼ିବେ କି ପ୍ରଶ୍ନରେ ସେ କହିଛନ୍ତି କଂଗ୍ରେସ ଛାଡ଼ିବି କାହିଁକି। ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି କାଲି ଆଉ କିଏ ଥିବେ। କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୁହିକ ଦଳ। କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି। ଯଦି ଶରତ ପଟ୍ଟନାୟକ ଭାବୁଛନ୍ତି କିଛି ଲୋକଙ୍କୁ ବାହାର କରିଦେଲେ ଦଳ ସୁଦୃଢ଼ ହୋଇଯିବ ତେବେ ଏବାବଦରେ କିଛି କହିବାର ନାହିଁ।

Leave a Reply

Your email address will not be published. Required fields are marked *

Back to top button