ଅଣ ବିଜେପି ଓ ବିଜେଡି ନେତାଙ୍କୁ ନେଇ କଂଗ୍ରେସର ବୈଠକ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ହୋଟେଲ କେଶରୀରେ ଅଣ ବିଜେପି ଓ ଅଣ ବିଜେଡି ନେତାଙ୍କୁ ନେଇ କଂଗ୍ରେସ ବୈଠକ କରିଛି। ଏଥିରେ କଂଗ୍ରେସ ସମେତ ୧୨ଟି ଦଳର ସାମିଲ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଛି ବୈଠକ। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି, ଦରଦମ ବୃଦ୍ଧି, ବିଜୁଳି ସଙ୍କଟ, ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି, କୃଷି ଓ କୃଷକଙ୍କ ସମସ୍ୟା, ଆଇନ ଶୃଙ୍ଖଳା ଏବଂ ବେକାରୀ ପ୍ରସଙ୍ଗରେ ଆଲୋଚନା ହୋଇଛି। ବାଙ୍ଗାଲୋର ବୈଠକ ଭଳି ରାଜ୍ୟରେ ମଧ୍ୟ ଅଣ ବିଜେଡି ଓ ଅଣ ବିଜେପି ନେତାଙ୍କୁ ସାମିଲ କରି ସାଧାରଣ ନିର୍ବାଚନରେ କଂଗ୍ରେସ ନିଜର ସ୍ଥିତିକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ବୈଠକର ଆରଜେଡି, ସିପିଆଇଏମ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ସମତା କ୍ରାନ୍ତି ଦଳ, ଟିଏମସି, ସିପିଏମ, ଆପ୍ ସହ ଆରପିଆଇ ଭଳି ଦଳ ଯୋଗଦେଇଛନ୍ତି। ରାଜ୍ୟର ସମସ୍ୟା ନେଇ ଏହି ଦଳ ଗୁଡ଼ିକ ଏକାଠି ହୋଇ ଲଢିବେ ବୋଲି ପିସିସି ସଭାପତି କହିଛନ୍ତି। ଶିକ୍ଷା, ସ୍ଵାସ୍ଥ୍ୟ, ଚାଷୀଙ୍କ ସମସ୍ୟା ନେଇ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଏକ କନଭେନସନ ହେବାର ଅଛି।

Leave a Reply

Your email address will not be published. Required fields are marked *

Back to top button