ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵରୁ ମୁକ୍ତ କରିବାକୁ ଚିଠି

ଭୁବନେଶ୍ଵର : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ଵରୁ ମୁକ୍ତ କର। ନିର୍ବାଚନ କମିସନ ଏହି ମର୍ମରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି।

ଖବର ଅନୁଯାୟୀ ଆସନ୍ତାବର୍ଷ ସାଧାରଣ ନିର୍ବାଚନ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏହା ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ। ଯଦି ସେମାନଙ୍କୁ ଅନ୍ୟ କୌଣସି ଦାୟିତ୍ଵରେ ରହିଥାନ୍ତି ତେବେ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ବାଚନ କମିସନ ନିର୍ଦେଶ ଦେଇଛନ୍ତି। କେବଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବା ସିଇଓ ନୁହନ୍ତି ଅତିରିକ୍ତ ସିଇଓ, ଯୁଗ୍ମ ସିଇଓ, ଡେପୁଟି ସିଇଓ ଓ ଆସିଷ୍ଟାଣ୍ଟ ସିଇଓଙ୍କୁ ମଧ୍ୟ ଅତିରିକ୍ତ ଦାୟିତ୍ଵରୁ ଅବ୍ୟାହତି ଦେବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button