ପଥର ଖାଦାନରେ ଦୁର୍ଘଟଣା : ୩ ମୃତ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଚଢେଇଧରା ଅଞ୍ଚଳ ପଥର ଖାଦାନରେ ଦୁର୍ଘଟଣା ଘଟି ୩ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ମେସିନ ଅପରେଟର, ହେଲପର ଓ ଜଣେ ଶିଶୁ ଶ୍ରମିକ।

ଖବର ଅନୁଯାୟୀ ରଙ୍ଗା, ଗଙ୍ଗା ଲୁଣିବର କଳା ପଥର ଖାଦାନରେ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଛି। ମେସିନ ଭିତରେ ଅପରେଟର ଓ ହେଲପରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଶ୍ରମିକ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ମୃତ୍ୟୁ ଘଟିଛି। ଏହି ଶିଶୁ ଶ୍ରମିକ ଜଣକ ଧର୍ମଶାଳା ବ୍ଲକ୍ ଗେଙ୍ଗୁଟିଆ ଗାଁର ଅପୁ ରାଉତ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button