ପ୍ରେମିକ ସହ ୩ସନ୍ତାନ ମା’ ଫେରାର

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଆଜମଗଡରେ ପ୍ରେମିକ ସହ ଫେରାର ହୋଇଛି ୩ ସନ୍ତାନର ମା’। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସ୍ୱାମୀ ପିଲାମାନଙ୍କ ସହିତ ହାତରେ ପୋଷ୍ଟର ଧରି ପତ୍ନୀଙ୍କୁ ଖୋଜୁଥିବା ଜଣାଯାଇଛି।

ଖବର ଅନୁଯାୟୀ ଘଟଣାଟି ମାସକ ତଳେ ଘଟିଛି। ପୋଲିସରେ ଅଭିଯୋଗ କରି ପୀଡିତ ସ୍ୱାମୀ ଅନିଲ ରାଜଭର କହିଛନ୍ତି ସେ ୯ବର୍ଷ ପୂର୍ବେ କାମ ପାଇଁ ଚଣ୍ଡିଗଡ଼ ଯାଇଥିବା ବେଳେ ପତ୍ନୀ ରୀନାଙ୍କୁ ଭେଟିଥିଲେ। ଦୁହେଁ ପ୍ରଥମେ ବନ୍ଧୁ ପରେ ପରସ୍ପରର ପ୍ରେମରେ ପଡ଼ିଥିଲେ। ‌ଅନିଲ ରୀନାଙ୍କୁ ବିବାହ କରି ଗାଁକୁ ଆଣିଥିଲେ। ପ୍ରଥମେ ଝିଅ ଜନ୍ମ ହୋଇଥିଲା। ପରେ ଯମଜ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ରୀନା। କିନ୍ତୁ ଅନିଲ ଘରେ ନଥିବା ‌ବେଳେ ରୀନାଅନ୍ୟ ଯୁବକଙ୍କ ସହ କଥା ହେଉଥିଲେ। ଅଗଷ୍ଟ ୩ରେ ଶୌଚ ହେବାକୁ ଯାଉଛି କହି ରୀନାଘରୁ ଚାଲି ଯିବାର ମାସେ ବିତିଯାଇଥିଲେ ହେଁ ଅନିଲ ପତ୍ନୀଙ୍କୁ ଖୋଜିଛି। ଅନିଲଙ୍କ କହିବା ଅନୁଯାୟୀ ରୀନା ପୂର୍ବରୁ ଅନେକ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ। ଏବେ ସେ ମୋତେ ଛାଡ଼ି ଚାଲିଯାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button