ସହିଦନଗର ଜମି ଦୁର୍ନୀତି ମାମଲାରେ କଂଗ୍ରେସ ଡିଏନ ହୋମ୍ସକୁ ଟାଣିଲା

ଭୁବନେଶ୍ଵର : ରାଜ୍ୟ ସରକାର ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତିର ମହାନାୟକ ବୋଲି କଂଗ୍ରେସ ଅଭିଯୋଗ କରିଛି।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଅମୀୟ ପାଣ୍ଡବ କହିଛନ୍ତି ସହିଦନଗର ମହର୍ଷି କଲେଜ ପାଖରେ ଥିବା ୭ ଏକର ୭୯୭ ଡିସମିଲ ଜମି ମଧ୍ୟରୁ ୪ ଏକର ୧୪୬ ଡିସମିଲ ଜମି ଉପରେ ରିହାବିଲିଟେସନ ପ୍ରୋଜେକ୍ଟ ପାଇଁ ଶାନ୍ତିନଗର ଆବାସ ଯୋଜନା ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ଘର ଯୋଗାଇ ଦେଉଛନ୍ତି। ଏହି ଶାନ୍ତିନଗର ଆବାସ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ୨୦୧୭ ମସିହାରେ ପାରମିତା ସ୍ୱାଟ୍ ଇନଫ୍ରା ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ସହିତ ପିପିପିି ମୋଡରେ ଚୁକ୍ତି କରିଥିଲେ।

ସେ କହିଲେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଯେଉଁ କମ୍ପାନୀ ସହିତ ରାଜ୍ୟ ସରକାର ଚୁକ୍ତି କରିଥିଲେ ସେହି କମ୍ପାନୀ ମେ’ ୪, ୨୦୧୭ରେ ଆରମ୍ଭ ହୋଇଥିଲା। ଗୃହ ନିର୍ମାଣ କ୍ଷେତ୍ରରେ କୌଣସି ଏହି କମ୍ପାନୀର ଅଭିଜ୍ଞାତା ନଥିବା ବେଳେ ପୁଂଜି ମାତ୍ର ୧ଲକ୍ଷ ଟଙ୍କା। ଏହାସତ୍ତ୍ଵେ ଶହ ଶହ କୋଟି ଟଙ୍କାର ପ୍ରୋଜେକ୍ଟକୁ ଏହି କମ୍ପାନୀକୁ ଦିଆଗଲା ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ସେତିକି ନୁହେଁ କମ୍ପାନୀଟି ପ୍ରୋଜେକ୍ଟକୁ କରିନପାରିବାରୁ ୨୦୧୮ରେ ଏହି କମ୍ପାନୀକୁ ଡିଏନ ହୋମ ପ୍ରାଇଭେଟ ଲିମିଟେଡ ଅଧିଗ୍ରହଣ କଲା। ସରକାର ଶାଗମାଛ ଦରରେ ଡିଏନ ହୋମ୍ସକୁ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି।

Leave a Reply

Your email address will not be published. Required fields are marked *

Back to top button