ପ୍ରେମରେ ପଡ଼ି ପାକିସ୍ତାନ ପଳାଇଲେ ରାଜସ୍ଥାନର ଅଞ୍ଜୁ

ନୂଆଦିଲ୍ଲୀ : ସଚିନଙ୍କ ପ୍ରେମରେ ପଡି ପାକିସ୍ତାନୀ ମହିଳା ସୀମା ହାଇଦର ଏବେ ଭାରତରେ। ସମାନ ଘଟଣା ଅଞ୍ଜୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ରାଜସ୍ଥାନର ଭିୱାଡ଼ି ଜିଲ୍ଲାରେ ରହୁଥିବା ଅଞ୍ଜୁ ଫେସ୍‌ବୁକ୍‌ ବନ୍ଧୁଙ୍କ ପ୍ରେମରେ ପଡ଼ି ପାକିସ୍ତାନରେ ପହଞ୍ଚିଥିବା ଜଣାପଡିଛି।

ଖବର ଅନୁଯାୟୀ ଅଞ୍ଜୁଙ୍କ ସ୍ଵାମୀ ଅରବିନ୍ଦ କହିଛନ୍ତି ମୁଁ ଜାଣି ନାହିଁ ସ୍ତ୍ରୀ ପାକିସ୍ତାନ କେବେ ଓ କାହିଁକି ଯାଇଛନ୍ତି। ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି ବୋଲି ସେ କହିଥିଲେ। ଯିବା ସମୟରେ ମୋ ସହିତ ହ୍ଵାଟସଆପ କଲରେ ଥିଲେ। ରବିବାର ମଧ୍ୟ ସେ ମୋ ସହିତ ହ୍ଵାଟସଆପରେ କଥା ହୋଇଛନ୍ତି। ଆଉ କହିଛନ୍ତି ପାକିସ୍ତାନର ଲାହୋରରେ ଅଛନ୍ତି। ଆଉ ଦୁଇଦିନ ଦିନ ମଧ୍ୟରେ ଫେରି ଆସିବେ। କିନ୍ତୁ ଅଞ୍ଜୁ ମୋତେ ମିଛ କହିଛନ୍ତି। ସେ ପାକିସ୍ତାନ ଗଲେ କେମିତି ଓ କେବେ ଭିସା ପାଇଲେ ସେ ବିଷୟରେ ମୁଁ କିଛି ଜାଣିନାହିଁ। ଅଞ୍ଜୁ ଫେରିଲେ ଆଉ ଆମ ସହିତ ରହିବେ କି ନାହିଁ। ମୋ ପିଲା ସ୍ଥିର କରି‌ବେ ବୋଲି ଅରବିନ୍ଦ କହିଛନ୍ତି।

ଅନ୍ୟପକ୍ଷରେ ପ୍ରେମୀ ନସ୍‌ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ୱାରେ ରହିଥିବା ଜଣାପଡ଼ିଛି। ଅଞ୍ଜୁ କହିଛନ୍ତି ମୁଁ ପାକିସ୍ତାନ ଆସିଥିବା କଥା କାହାକୁ ଜଣାଇ ନାହିଁ। ଦୁଇଚାରିଦିନ ମଧ୍ୟରେ ଭାରତ ଫେରିଯିବି।

Leave a Reply

Your email address will not be published. Required fields are marked *

Back to top button