୧୪ବର୍ଷ ପରେ ଓଡ଼ିଶାରେ କରମଣ୍ଡଳ ନେଲା ଶତାଧିକ ମୁଣ୍ଡ

ଭୁବନେଶ୍ଵର : ୨୦୦୯ ଫେବୃୟାରୀ ମାସରେ କରମଣ୍ଡଳ ଏକ୍ସପ୍ରେସ୍‌ ଯାଜପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୬ଜଣଙ୍କର ମୃତ୍ୟୁ ଓ ୧୬୧ଜଣ ଆହତ ହୋଇଥିଲେ। ଏହାର ୧୪ବର୍ଷ ପରେ ଅର୍ଥାତ ଗତକାଲି (ଶୁକ୍ରବାର) ପୁଣି ଏହି ଟ୍ରେନ ଶତାଧିକ ମୁଣ୍ଡ ନେଇଛି। ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୪୦ ଛୁଇଁଥିବା ବେଳେ ଏକ ହାଜାରେରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ୨୦୦୯ ଫେବୃୟାରୀ ୧୩ ତାରିଖରେ ହାୱାଡ଼ାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଯାଜପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ୧୩ଟି ବଗି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୧୬ଜଣଙ୍କ ମୃତ୍ୟୁ ଓ ୧୬୧ଜଣ ଆହତ ହୋଇଥିଲେ। ୨୦୨୨ ନଭେମ୍ବର ୨୧ ତାରିଖରେ ଯାଜପୁର ଜିଲ୍ଲାରେ କୋରେଇ ଷ୍ଟେସନ ନିକଟରେ ୱେଟିଂ ହଲକୁ ଏକ ମାଲବାହୀ ଟ୍ରେନ ମାଡ଼ିଯିବାରୁ ୩ଜଣଙ୍କ ମୃତ୍ୟୁ ଓ ୮ଜଣ ଆହତ ହୋଇଥିଲେ।

୨୦୧୬ ନଭେମ୍ବର ୨୦ତାରିଖରେ ଇନ୍ଦୋର-ପାଟନା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୧୫୦ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ୧୫୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପରେ ସବୁଠୁ ବଡ଼ ରେଳ ଦୁର୍ଘଟଣା ଶୁକ୍ରବାର ବିଲେଶ୍ଵର ବାହାନଗା ଷ୍ଟେସନ ନିକଟରେ ଘଟିଛି।

Leave a Reply

Your email address will not be published. Required fields are marked *

Back to top button