ଶାହଙ୍କୁ ଦିଲ୍ଲୀରେ ଭେଟିଲେ କ୍ୟାପଟେନ୍‌ ଅମରିନ୍ଦର

ନୂଆଦିଲ୍ଲୀ : ପଞ୍ଜାବ କଂଗ୍ରେସ୍‌ ରାଜନୀତିରେ ଯାହା ଚର୍ଚ୍ଚା ହେଉଥିଲା ତାହା ହେବାକୁ ଯାଉଛି। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ୧୮ତାରିଖରେ ପଦରୁ ଇସ୍ତଫା ଦେଇଥିଲେ। ଖବର ମିଳିଛି କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ୍ ଶାହଙ୍କ ଦିଲ୍ଲୀ ବାସଭବନରେ ଭେଟିଛନ୍ତି। ଯାହାଫଳରେ ସେ ବିଜେପିରେ ମିଶିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଥିବା କୁହାଯାଉଛି।

ସୂଚନାଯୋଗ୍ୟ କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘଦିନ ବିବାଦ ଲାଗିରହିବାରୁ ଅମରିନ୍ଦର ଅପମାନିତ ଅନୁଭବ କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସମର୍ଥକମାନଙ୍କ ସହ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। ଅଭିଯୋଗ କରିଥିଲେ ତାଙ୍କ ଅଗୋଚରରେ ଗତ ୨ ମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି। ସେଥିପାଇଁ ସେ ଅପମାନିତ ଅନୁଭବ କରିଛନ୍ତି। କୁହାଯାଉଛି ଅମରିନ୍ଦରଙ୍କ ପଛରେ ୪ ମନ୍ତ୍ରୀ ଓ ୧୧ ବିଧାୟକଙ୍କ ସମର୍ଥନ ରହିଛି।

ଅନ୍ୟପକ୍ଷରେ ଶାହଙ୍କ ସହିତ କ’ଣ ଆଲୋଚନା ହୋଇଛନ୍ତି ସେ ସମ୍ପର୍କରେ କ୍ୟାପ୍ଟେନ ଅମରିନ୍ଦର ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଆଜି ଦିଲ୍ଲୀରେ ଭେଟିଛି। ଦୀର୍ଘଦିନ ଧରି ଚାଷୀମାନେ କୃଷି ଆଇନ ବିରୋଧରେ କରୁଥିବା ଆନ୍ଦୋଳନ ସମ୍ପର୍କରେ ତାଙ୍କ ସହ କଥା ହୋଇଛି। ତୁରନ୍ତ କୃଷି ଆଇନକୁ ପ୍ରତ୍ୟାହାର ଓ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ନିଶ୍ଚିତ କରି ଚାଷୀଙ୍କ ସମସ୍ୟା ସାମାଧାନ କରିବାକୁ ମୁଁ ତାଙ୍କୁ ଅନୁରୋଧ କରିଛି।

Leave a Reply

Your email address will not be published. Required fields are marked *

Back to top button