ଓଏଏସ୍ ଅଫିସର ସଂଗ୍ରାମ କେଶରୀ ଜେନା ଗିରଫ

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡିଶା ପ୍ରଶାସନିକ ସେବାର ଅଫିସର ସଂଗ୍ରାମ କେଶରୀ ଜେନାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି।

ଖବର ଅନୁଯାୟୀ ପୂର୍ବରୁ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ତହସିଲଦାର ଥିବା ସଂଗ୍ରାମ ଜେନା ଏବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଗତକାଲି ତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ତାଙ୍କଙ୍କର ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଜେନା କଲୋନୀରେ ୭୫୫୪ ବର୍ଗଫୁଟ ଅଞ୍ଚଳରେ ଏକ ତିନି ମହଲା କୋଠା ଅଛି। ଯାହାର ମୂଲ୍ୟ ପ୍ରାୟ ୧.୩୬ କୋଟି ଟଙ୍କା। ଏହାବ୍ୟତୀତ ଟାଙ୍ଗୀ ଥାନା ହରିପୁରରେ ଏକ କୋଠା ଏବଂ ୬ଟି ପ୍ଲଟ୍‌ ରହିଛି। ଏଇ ପ୍ଳଟ ମଧ୍ୟରୁ ୫ଟି ବାଣପୁରର ଛୋଟରାୟପୁର ଶାସନରେ ଥିବାବେଳେ ଗୋଟିଏ ବାଲୁଗାଁର ସରଳାପଦରରେ ଅଛି। ବାଲୁଗାଁର ରାମପୁର ମୌଜାରେ ଗୋଟିଏ ବେନାମୀ ପ୍ଲଟ କିଣିବା ପାଇଁ ସେ ୧୧ ଲକ୍ଷ ଟଙ୍କ ଆଗୁଆ ପୈଠ କରିଛନ୍ତି। ସଂଗ୍ରାମ କେଶରୀ ଜେନାଙ୍କ ବ୍ୟାଙ୍କ ଓ ବୀମା ଜମା ବାବଦକୁ ୨୧.୪୬ ଲକ୍ଷ ଟଙ୍କା, ୩ଟି ଚାରି ଚକିଆ ଓ ୨ଟି ଦୁଇ ଚକିଆ ଗାଡ଼ି ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଶ୍ରୀ ଜେନା ପୂର୍ବରୁ ଟାଙ୍ଗୀ ଅଞ୍ଚଳରେ ଶିକ୍ଷକତା କରୁଥିଲେ। ପରେ ଓଆରଏସ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ଓଏଏସ୍ ଅଧିକାରୀ ଭାବେ ପଦୋନ୍ନତି ପାଇଥିବା ତଦନ୍ତ ବେଳେ ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button