ମଦ୍ୟପାନ କରି ପିଟିବାରୁ ସ୍ୱାମୀଙ୍କୁ କରେଣ୍ଟ ଦେଇ ହତ୍ୟା

ନୂଆଦିଲ୍ଲୀ : ସବୁଦିନ ମଦ୍ୟପାନ କରି ପିଟୁଥିବାରୁ ସ୍ଵାମୀଙ୍କୁ ଇଲେକ୍ଟ୍ରିକ କରେଣ୍ଟ ଦେଇ ହତ୍ୟାକଲା ପତ୍ନୀ। ଏହି ଘଟଣା ଆଗ୍ରାରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ମହିଳା ଜଣକ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ଦୁଇଦିନ ଘରେ ବନ୍ଦ କରି ରଖିଥିଲେ। ଦୁର୍ଗନ୍ଧ ବାହାରିବାରୁ ସେ ଥାନାରେ ପହଞ୍ଚି ସୂଚନା ଦେଇଥିଲେ। ମୃତକଙ୍କ ନାଁ ନୀରଜ କୁଶୱା। ପତ୍ନୀ ପ୍ରୀତି ଓ ଦୁଇ ପିଲାଙ୍କ ସହ ନୀରଜ ନାଗଲା କାଞ୍ଚିଆନରେ ଭଡା ଘରେ ରହୁଥିଲେ। ଆଗ୍ରା କ୍ୟାଣ୍ଟ ରେଳଷ୍ଟେସନରେ ତାଙ୍କର ଗୋଟିଏ ଏକ ଦୋକାନ ଅଛି। ଅଭିଯୁକ୍ତ ମହିଳା କହିଛନ୍ତି ସ୍ୱାମୀ ନୀରଜ ଜଣେ ମଦ୍ୟପ। ପ୍ରତିଦିନ ନିଶା ଖାଇ ଘରକୁ ଫେରିବା ପରେ ତାଙ୍କୁ ମାରପିଟ କରୁଥିଲେ। ଏହା ଅସହ୍ୟ ହେବାରୁ ସେ ସ୍ଵାମୀଙ୍କୁ ବାନ୍ଧି ଇଲେକଟ୍ରିକ କରେଣ୍ଟ ଦେବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ପୋଲିସ ଅଧିକାରୀ କହିଛନ୍ତି ବିଦ୍ୟୁତ ଆଘାତ ଯୋଗୁଁ ନୀରଜଙ୍କ ମୃତ୍ୟୁ ଘଟିଛି। ସୋମବାର ସକାଳେ ମୃତ ଦେହରୁ ଦୁର୍ଗନ୍ଧ ବାହାରିବାରୁ ପତ୍ନୀ ପ୍ରୀତି କୋଠରୀକୁ ତାଲା ପକାଇ ପୋଲିସ ଷ୍ଟେସନକୁ ଯାଇ ଅଧିକାରୀଙ୍କୁ ଚାବି ଦେଇ କହିଥିଲେ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି। ସଦର ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ପ୍ରୀତିକୁ ପଚରାଉଚରା କରୁଛି। ତେବେ ଘରୋଇ କଳି ହତ୍ୟାକାଣ୍ଡର କାରଣ ବୋଲି ଜନୈକ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button