ମୋଦୀଙ୍କ ଉତ୍ତରାଧିକାରୀ : ଶାହଙ୍କ ସପକ୍ଷରେ ୨୯ ପ୍ରତିଶତଙ୍କ ମତ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି। ଇଣ୍ଡିଆ ଟୁଡେ-ସି ଭୋଟର ପକ୍ଷରୁ ହୋଇଥିବା ମୁଡ୍‌ ଅଫ୍‌ ଦି ନେସନ୍‌ ସର୍ଭେରେ ଭାଗ ନେଇଥିବା ୫୨ ପ୍ରତିଶତ ଲୋକ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଛନ୍ତି। ସେହିପରି ମୋଦୀଙ୍କ ପରେ ଉତ୍ତରାଧିକାରୀ ଭାବେ କେଉଁ ନେତା ଯୋଗ୍ୟ ପ୍ରଶ୍ନରେ ହଜାର ହଜାର ଲୋକ ମତ ଦେଇଛନ୍ତି।

ସର୍ଭେ ରିପୋର୍ଟ ଅନ୍ୟଯାୟୀ ଲୋକମାନେ ଅମିତ ଶାହ, ଯୋଗୀ ଆଦିତ୍ୟନାଥ ଓ ନିତିନ ଗଡକରୀଙ୍କୁ ଭୋଟ୍ ଦେଇଛନ୍ତି। ୨୯ ପ୍ରତିଶତ ଲୋକ ଅମିତ ଶାହାଙ୍କୁ ମୋଦୀଙ୍କ ଉତ୍ତରାଧିକାରୀ ବୋଲି କହିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କୁ ୨୬ ପ୍ରତିଶତ ଓ ନିତିନ ଗଡକରୀଙ୍କୁ ୧୫ ପ୍ରତିଶତ ଲୋକ ବାଛିଛନ୍ତି।

Leave a Reply

Your email address will not be published. Required fields are marked *

Back to top button