ଟାଟା ପାୱାର ପ୍ଲାଣ୍ଟର ଷ୍ଟିମ ପାଇପ ଫାଟି ୧୯ ଆହତ

ଢେଙ୍କାନାଳ : ଟାଟା ପାୱାର ପ୍ଲାଣ୍ଟରେ ଅଘଟଣ। ମରାମତି ସମୟରେ ଷ୍ଟିମ୍ ପାଇପର ଭଲଭ୍ ଫାଟି ଯିବାରୁ ୧୯ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପ୍ଳାଣ୍ଟରେ ଥିବା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଗୁୁରୁତ୍ୱକୁ ଦେଖି କଟକ ଜିଲ୍ଲାପାଳ ହସ୍ପିଟାଲରେ ପହଂଚି ରୋଗୀଙ୍କ ଅବସ୍ଥା ପଚାରି ବୁଝିଛନ୍ତି।

ଅନ୍ୟପକ୍ଷରେ ଟାଟା ଷ୍ଟିଲ୍ ପକ୍ଷରୁ କୁହାଯାଇଛି ଦୁର୍ଘଟଣା କାହିଁକି ଓ କେମିତି ଘଟିଲା ତାହାର ଆଭ୍ୟନ୍ତରୀଣ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆହତ କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୧ରେ ମଧ୍ୟ ଅଘଟଣ ଘଟିଥିଲା। ଭୁଷଣ ଷ୍ଟିଲ୍ ବିସ୍ଫୋରଣ ଘଟଣାରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ହୋଇଥିଲା ସୃଷ୍ଟି ବିବାଦ। ପରବର୍ତ୍ତି ସମୟରେ ଭୁଷଣର ସେହି ପ୍ଲାଂଟକୁ ଟାଟା କିଣିଥିଲା।

Leave a Reply

Your email address will not be published. Required fields are marked *

Back to top button