ଭୂକମ୍ପର ସୂଚନା ପାଇଁ ଗୁଗଲ ଲଞ୍ଚ କଲା ଆଲର୍ଟ ବ୍ୟବସ୍ଥା

ନୂଆଦିଲ୍ଲୀ : ଭାରତର ଆଣ୍ଡରଏଡ ସିଷ୍ଟମଗୁଡ଼ିକ ପାଇଁ ଗୁଗଲ ଭୂକମ୍ପ ଆଲର୍ଟ ସିଷ୍ଟମ ଲଞ୍ଚ କରିଛି। ସ୍ମାର୍ଟଫୋନରେ ଏହି ସିଷ୍ଟମ ସେନସର ଭାବେ କାମ କରିବ। ଏହାଦ୍ୱାରା ଭୂକମ୍ପର ତୀବ୍ରତା ଓ ଭୂକମ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳ ସମ୍ପର୍କରେ ଆଗୁଆ ସୂଚନା ମିଳିବ।

ବୁଧବାର କମ୍ପାନୀ ବ୍ୟବହାରକାରୀଙ୍କ ଫୋନର ଡିସପ୍ଲେରେ ଏହି ଆଲର୍ଟ ଦୃଶ୍ୟମାନ ହେବ। ଫୋନ ସାଇଲେଣ୍ଟ କିମ୍ବା ଡୁ ନଟ ଡିଷ୍ଟ୍ରବ ମୋଡରେ ଥିଲେ ଆଲର୍ଟ ଆସିବା ବେଳେ କୌଣସି ପ୍ରକାରର ଶବ୍ଦ କରିବ ନାହିଁ। ଏହାଛଡା ଭୂକମ୍ପରୁ ସୁରକ୍ଷା ପାଇବା ପାଇଁ କ’ଣ ସବୁ ପଦକ୍ଷେପ ନେବାକୁ ପଡ଼ିବ ଓ ସୁରକ୍ଷିତ ସ୍ଥାନକୁ କେମିତି ଯିବାକୁ ହେବ ସେ ବିଷୟରେ ମଧ୍ୟ କୁହାଯିବ। ଭୂକମ୍ପ ଝଟକାର ବେଶ କିଛି ସେକେଣ୍ଡ ପୂର୍ବରୁ ଆଲର୍ଟ ଲୋକଙ୍କ ପାଖରେ ପହଞ୍ଚିବା ସହିତ ପଦକ୍ଷେପ ନେବାକୁ କୁହାଯିବ ବୋଲି କମ୍ପାନୀ କହିଛି।

Leave a Reply

Your email address will not be published. Required fields are marked *

Back to top button