ହୋଟେଲ ମାଲିକଙ୍କୁ ହାଣିଲେ ଗ୍ରାହକ

ବ୍ରହ୍ମପୁର : ଡିଜିଟାଲ ପେମେଣ୍ଟକୁ ନେଇ ବିବାଦ। ହୋଟେଲମାଲିକ କ୍ୟାସ୍‌ ନେବେ ବୋଲି ନିଜ ଜିଦ୍‌ କରିବାରୁ ଶେଷରେ ହଣାକଟା ହୋଇଛି। ବ୍ରହ୍ମପୁର ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୋଲିସ୍‌ ଆକ୍ରମଣକାରୀ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଖବର ଅନୁଯାୟୀ ରବିବାର ରାତିରେ ବଡ଼ବଜାର ଥାନା ହରିଡାଖଣ୍ଡି ଛକରେ ଥିବା ଅନିଲ ହୋଟେଲକୁ ୩ଜଣ ଯୁବକ ଖାଇବାକୁ ଯାଇଥିଲେ। ଦୋକାନ ମାଲିକଙ୍କୁ ବକେୟା ଶହେ ଟଙ୍କା ଡିଜିଟାଲ ପେମେଣ୍ଟ ମାଧ୍ୟମରେ ଦେବାକୁ ନେଇ ଗ୍ରାହକ ଓ ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନ ମାଲିକଜଣକ କ୍ୟାସ୍‌ ନେବାକୁ କହୁଥିବା ବେଳେ ଡିଜିଟାଲ ପେମେଣ୍ଟ କରିବେ ବୋଲି ଗ୍ରାହକ କହିବାରୁ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ଆରମ୍ଭ ହେଲା। ଏହାର ମାତ୍ର ୫ମିନିଟ ମଧ୍ୟରେ ସେମାନେ ଖଣ୍ଡା ଧରି ଦୋକାନରେ ପଶି ମାଲିକ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଯୁବକମାନେ କମ୍‌ ବୟସର ଜଣା ପଡ଼ୁଥିବା ବେଳେ ସେମାନେ ମାରଣାସ୍ତ୍ର କେଉଁଠୁ ପାଇଲେ ତାହା ଏବେ ଚିନ୍ତାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button