ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଟିମ ଗିରଫ କରିଛି। ଏହାକୁ ଦଳୀୟକର୍ମୀ ଓ ଚନ୍ଦ୍ରବାବୁଙ୍କ ସମର୍ଥକ ଗ୍ରହଣ କରିପାରିନଥିଲେ। ସେମାନେ ଗିରଫଦାରୀକୁ ପ୍ରବଳ ବିରୋଧ କରିବା ସହିତ ପୋଡାଜଳା, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଖବର ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାଁରେ ୨୫୦ କୋଟି ଟଙ୍କାର ସ୍କିଲ ଡେଭଲପମେଂଟ ଦୁର୍ନୀତି ଅଭିଯୋଗ ରହିଛି। ୨୦୧୬ ମସିହାରେ ରାଜ୍ୟର ବେକାରି ଯୁବକଙ୍କୁ ସ୍କିଲ ତାଲିମ ପାଇଁ ଆନ୍ଧ୍ର୍ରପ୍ରଦେଶ ସରକାର ସ୍କିଲ ଡେଭଲପମେଂଟ କୋପରେସନ ଗଠନ କରିଥିଲେ। ୩ ହଜାର ୩ଶହ କୋଟି ଟଙ୍କାର ପ୍ରୋଜେକ୍ଟ ପାଇଁ ତତକାଳୀନ ଟିଡିପି ସରକାର ଦୁଇଟି ଗ୍ରୁପ ସହ ଏମଓୟୁ ସ୍ୱାକ୍ଷର କରିଥିଲେ। ଏହି ପ୍ରୋଜେକ୍ଟକୁ ରାଜ୍ୟ କ୍ୟାବିନେଟର ଅନୁମତି ମିଳିନଥିଲା ବେଳେ ଏଥିରେ ଦୁର୍ନୀତି ସାମ୍ନାକୁ ଆସିବାରୁ ୨୦୨୧ରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପୂର୍ବରୁ ୮ ଜଣଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button