ଝାରସୁଗୁଡ଼ା ଉପନିର୍ବାଚନରେ ମତଦାନ ହାର ୭୮.୭ ପ୍ରତିଶତ

ଭୁବନେଶ୍ଵର : :ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ଭୋଟଗ୍ରହଣ ଶେଷ ହୋଇଛି। ମତଦାନ ହାର ରହିଛି ୭୮.୭ ପ୍ରତିଶତ ପ୍ରତିଶତ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ମିଳିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ସୂଚନା ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ୨୫୩ଟି ବୁଥରେ ବୁଧବାର ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି। ଭୋଟଗ୍ରହଣ ସକାଳ ୭ଟାରୁ ରାତି ୮ ପର୍ଯ୍ୟନ୍ତ ଚାଲିଥିବ ବେଳେ କେତେକ ସ୍ଥାନରେ ଇଭିଏମ୍ ତ୍ରୁଟି ଯୋଗୁ ମତଦାନରେ ବିଳମ୍ବିତ ହୋଇଥିଲା। ରାତି ୮ ପର୍ଯ୍ୟନ୍ତ ଚାଲିଥିଲା ଭୋଟ ଗ୍ରହଣ। ତେବେ ମତଦାନ ହାର ୭୮.୭ ପ୍ରତିଶତ ହୋଇଛି। ସୁରକ୍ଷା ବ୍ୟବସ୍ଥା ପାଇଁ ୧୮୧୪ଜଣ ପୋଲିସ କର୍ମୀ ଓ ୭ କମ୍ପାନୀ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ୨୬ଟି ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଥିଲା। ୧୧୬ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଜୀବ ସହିତ ସମସ୍ତ ବୁଥରେ ପ୍ରଥମଥର ପାଇଁ ୱେବକାଷ୍ଟିଂ ହୋଇଥିଲା। ଏହି ଉପନିର୍ବାଚନରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ୍ ଦେଇଛନ୍ତି। ୯ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି।

Leave a Reply

Your email address will not be published. Required fields are marked *

Back to top button