ଆବଶ୍ୟକସ୍ଥଳେ ଯୁକ୍ତ ଦୁଇ କଲେଜର ସିଟ୍ ବଢିବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର : ଚଳିତବର୍ଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ଗୁଡିକର ସିଟ୍ ସଂଖ୍ୟା ବୃଦ୍ଧି କରାଯିବ। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ।

ଶନିବାର ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ପିଲାମାନଙ୍କର କୌଣସି ଅସୁବିଧା ନହେବା ଭଳି ସମସ୍ତ ପ୍ରକାର ପଦକ୍ଷେପ ସରକାର ଗ୍ରହଣ କରିବେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ସିଟ ବୃଦ୍ଧି ନେଇ ସୋମବାର ବିଭାଗୀୟ ବୈଠକ ବସିବ। ଜିଲ୍ଲାର ଆବଶ୍ୟକତା ଦେଖି କଲେଜ ଗୁଡ଼ିକରେ ସିଟ ବଢ଼ାଯିବ। ସୂଚନାଯୋଗ୍ୟ ଚଳିତବର୍ଷ ୫ ଲକ୍ଷ ୧୨ ହଜାର ପିଲା ମାଟ୍ରିକ ପାସ୍ କରିଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ୫ ଲକ୍ଷ ୯ ହଜାର ସିଟ ରହିଛି।

Leave a Reply

Your email address will not be published. Required fields are marked *

Back to top button