ଚରିତ୍ରକୁ ସନ୍ଦେହ : ପତ୍ନୀର ମୁଣ୍ଡ-ଗଣ୍ଡି ଅଲଗା କରିଦେଲା ସ୍ଵାମୀ

ନୟାଗଡ଼ : ଚରିତ୍ରକୁ ସନ୍ଦେହ କରି ପତ୍ନୀ ହତ୍ୟା। କଟା ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ଥାନାରେ ଆତ୍ମସମର୍ପଣ କଲା ସ୍ଵାମୀ। ଏପରି ଘଟଣା ଦଶପଲ୍ଲା ବ୍ଲକର ଙ୍କଙ୍କଣମେଣ୍ଡି ଗାଁରେ ଘଟିଛି।

ଖବର ଅନୁଯାୟୀ ଙ୍କଙ୍କଣମେଣ୍ଡି ଗାଁ’ର ଅର୍ଜୁନ ବାଘଙ୍କ ପରିବାର କହିଲେ ପତ୍ନୀ ଜୁଲୀ ଓ ଆଉ ଦୁଇଟି ପିଲା। ହସଖୁସିରେ ଚାଲୁଥିଲା ଏହି ପରିବାରକୁ ଭାଙ୍ଗିଦେଲା ସନ୍ଦେହ। ଅର୍ଜୁନର ସନ୍ଦେହ ତାଙ୍କ ଅନୁପସ୍ଥିତିରେ ଜୁଲି ପ୍ରେମିକଙ୍କ ପାଖକୁ ଯାଉଛି। ଏପରି ସନ୍ଦେହ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ପାଟିତୁଣ୍ଡ ହେଉଥିଲା। କିନ୍ତୁ ଅର୍ଜୁନ୍‌ ଆଜି ସକାଳେ କାମ କରିବାକୁ ଯାଇ ଅପରାହ୍ନରେ ଘରକୁ ଫେରି ଦେଖିଲେ ପତ୍ନୀ ଘରେ ନାହାନ୍ତି। ଏଇ ଖୋଜିବା ଭିତରେ ଜୁଲି ଘରକୁ ଫେରିବାରୁ କୁଆଡ଼େ ଯାଇଥିଲ ବୋଲି ଅର୍ଜୁନ ପଚାରି ଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ନମିଳିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯୁକ୍ତିତର୍କ ବଢିବାରୁ ଅର୍ଜୁନ କଟୁରୀରେ ଜୁଲିଙ୍କ ବେକକୁ ଚୋଟ ପକାଇଥିଲେ। ସେ ତଳେ ପଡ଼ିଯିବାରୁ ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ ଅର୍ଜୁନ। କଟା ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ୩ କିମି ଚାଲି ଚାଲି ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button