ବିଜୟ ପଟ୍ଟନାୟକ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

ଭୁବନେଶ୍ଵର : ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଶାସକ ବିଜୟ ପଟ୍ଟନାୟକ ନିକଟରେ କଂଗ୍ରେସରେ ଯୋଗଦେଇଥିଲେ। ଏବେ ତାଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ କରାଯାଇଛି। ଏ ଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟଙ୍କୁ ଦିଆଯାଇଛି ନିଯୁକ୍ତି।

ସେହିପରି କଂଗ୍ରେସ ରାଜନୈତକ ବ୍ୟାପାର କମିଟିକୁ ଏଆଇସିସିର ଅନୁମୋଦନ ଦେଇଛି। ଏହି କମିଟିରେ ପ୍ରଭାରୀ ଚେଲ୍ଲା କୁମାର ଓ଼ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ୨୭ଜଣ ନେତା ରହିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା ଓ ଭକ୍ତ ଦାସ। ଏହି କମିଟିରେ ଛାତ୍ର କଂଗ୍ରେସ ସଭାପତି, ଯୁବ କଂଗ୍ରେସ ସଭାପତି ଓ଼ ସେବାଦଳ ସଭାପତି ଏବଂ ୫ଜଣଙ୍କୁ ନିମନ୍ତ୍ରିତ ଅତିଥି ଭାବେ ସ୍ଥାନ ମିଳିଛି।

Leave a Reply

Your email address will not be published. Required fields are marked *

Back to top button