ବୌଦ୍ଧ ଡିଷ୍ଟିଲାରି ସହ ରାଜ୍ୟ ସରକାରଙ୍କ ସର୍ମ୍ପକର କାରଣ କ’ଣ : ବିଜେପି

ଭୁବନେଶ୍ୱର : ଓଡିଶାରେ ମଦ ମାଫିଆଙ୍କ ଆଡ୍ଡା ଉପରେ ଆୟକର ବିଭାଗ ଚଢଉରେ ବିପୁଳ କଳାଟଙ୍କା ଜବତ ହୋଇଛି। ଏହି ଘଟଣାର ୭ ଦିନ ପରେ ରାଜ୍ୟ ସରକାର କାହିଁକି ଚୁପ ବୋଲି ବିଜେପି ପ୍ରଶ୍ନ କରିଛି। ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ଯେଉଁ କମ୍ପାନୀ ଏହି ମଦ ଭାଟି ସବୁ ଚଲାଉଥିଲା ସେହି କମ୍ପାନୀ ସହିତ ସରକାରଙ୍କର ସର୍ମ୍ପକ କ’ଣ। ୨୦୧୯ ବୌଦ୍ଧ ଡିଷ୍ଟିଲାରିର ମଦ କାରଖାନା ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କାହିଁକି ଉପସ୍ଥିତ ଥିଲେ ?

ଖବର ଅନୁଯାୟୀ ଗଣମାଧ୍ୟମକୁ ଶ୍ରୀ ବିଶ୍ଵାଳ କହିଛନ୍ତି ସରକାର ସାଧାରଣ ଲୋକଙ୍କୁ ପିଇବା ପାଇଁ ପାଣି ଦେଇପାରୁନାହାନ୍ତି। କିନ୍ତୁ ମଦ କାରଖାନାକୁ ମହାନଦୀରୁ ପାଣି କେଉଁ ସ୍ୱାର୍ଥରେ ଦିଆଯାଉଛି ?
“ମେକ ଇନ ଓଡିଶା”ରେ କିଭଳି ଓ କେଉଁ ପରିସ୍ଥିତିରେ ଏହି କମ୍ପାନୀକୁ ସାମିଲ କରାଯାଇଥିଲା ତାହା ମଧ୍ୟ ଏକ ବଡ ପ୍ରସଙ୍ଗ। ଓଡିଶାରେ ସରକାରଙ୍କର ଆଳୁ ମିଶନ ଓ ପିଆଜ ମିଶନ ଆଦି ଫେଲ ହୋଇଥିଲା। କିନ୍ତୁ ମଦ ମିଶନ ବେଶ ସଫଳ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ ଦାସ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button