ନଦୀକୁ ଡେଇଁଥିବା ଚନ୍ଦନଙ୍କ ମୃତଦେହ ମିଳିଲା, ଛୋଟ ଝିଅର ପତ୍ତା ମିଳୁନି

ଯାଜପୁର : ଭଦ୍ରକ ଜିଲ୍ଲା ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ନିଖୋଜ ଚନ୍ଦନ ସାହୁଙ୍କ ମୃତଦେହ ଉଦ୍ଧାର। ଅଗ୍ନିଶମ ବାହିନୀ ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢ଼ାନଦୀରୁ ମୃତଦେହ ଉଦ୍ଧାର କରିଥିବା ବେଳେ ଚନ୍ଦନଙ୍କ ଭିଣୋଇ ଏହାକୁ ଚି଼ହ୍ନଟ କରିଛନ୍ତି। ତେବେ ଅଢ଼େଇ ବର୍ଷର ଝିଅର କୌଣସି ପତ୍ତା ମିଳିନି।

ଖବର ଅନୁଯାୟୀ ବୁଧବାର ରାତିରେ ଚନ୍ଦନ ନିଜର ଅଢ଼େଇ ବର୍ଷର ଝିଅକୁ ଧରି ନଦୀକୁ ଡେଇଁ ପଡ଼ିଥିଲେ। ବୈତରଣୀ ସେତୁ ଉପରେ ଚନ୍ଦନ ବାଇକ୍, ମୋବାଇଲ୍ ଓ ଜୋତା ରଖି ନଦୀକୁ ଡେଇଁପଡ଼ିଥିବା ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଚନ୍ଦନ ସୁରତରେ ଚାକିରି କରୁଥିଲେ। ମାସେ ତଳେ ପତ୍ନୀ ଲକ୍ଷ୍ମୀପ୍ରିୟା ଆତ୍ମହତ୍ୟା କରିବା ପରେ ଛୋଟ ଝିଅକୁ ଧରି ଗାଁକୁ ଚାଲି ଆସିଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button