ପଲାସା ପାସେଞ୍ଜର୍‌କୁ ଧକ୍କା ଦେଲା ରାୟଗଡ଼ା ପାସେଞ୍ଜର୍‌ : ୧୦ ମୃତ

ରାୟଗଡ଼ା : ରବିବାର ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶ ବିଜୟନଗରମ-ବିଶାଖାପାଟଣା ରେଲ ଲାଇନ୍‌ର ଆଲମଣ୍ଡା ଓ କଣ୍ଟକପାଲ୍ଲୀ ଷ୍ଟେସନ ମଧ୍ୟରେ ଦୁଇଟି ପାସେଞ୍ଜର୍‌ ଟ୍ରେନ ମଧ୍ୟରେ ଧକ୍କା। ଏଇ ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୂର୍ବରୁ ପିଏମ୍‌ଓ ମୃତକଙ୍କ ପରିବାର ପିଛା ୨ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିବାରୁ ସହାୟତା ରାଶି ୧୨ ଲକ୍ଷ ଟଙ୍କା ମିଳିବ।

ଖବର ଅନୁଯାୟୀ ବିଶାଖାପାଟଣାରୁ ପଲାସା ଯାଉଥିବା ପାସେଞ୍ଜର ଟ୍ରେନ୍‌କୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ଆସୁଥିବା ବିଶାଖାପଟଣା ପାସେଞ୍ଜର। ଫଳରେ ୪ଟି ବଗି ଲାଇନ୍‌ଚ୍ୟୁତ ହେବାରୁ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଓ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଟ୍ରେନ୍‌ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ସବୁ ପ୍ରକାର ସହାୟତା ଯୋଗାଇଦେବାକୁ ସ୍ଵତନ୍ତ୍ର ରିଲିଫ୍‌ କମିସନର୍‌, ରାୟଗଡ଼ା ଓ କୋରାପୁଟ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button