ଭିଜିଲାନ୍ସ ଜାଲରେ ଫସିଲେ ଆକାଉଣ୍ଟାଣ୍ଟ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଫସିଲେ ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ। ଜଣେ ଶିକ୍ଷକଙ୍କ ଠାରୁ ମହଙ୍ଗା ଭତ୍ତା ଅନୁମୋଦନ ପାଇଁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଖବର ଅନୁଯାୟୀ ଅଜୟ ଖୁଣ୍ଟିଆ ସଇଁତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ଭାବେ କାମ କରୁଛନ୍ତି। ୬୦ ଜଣ ଶିକ୍ଷକଙ୍କୁ ଜାତୀୟ ପେନସନ ଯୋଜନାର ଡିଏ ଅନୁମୋଦନ ପାଇଁ ୧୮ ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ। ଟଙ୍କା ନଦେଲେ କାମ ହେବନି ବୋଲି କହିଥିଲେ। ଫଳରେ ଶିକ୍ଷକମାନେ ବାରମ୍ବାର ଦୌଡିଥିଲେ ହେଁ ନିରାଶ ହୋଇଥିଲେ। ସଇଁତଲା ବ୍ଳକ ଲମକାନି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତା ସମ୍ବଲପୁର ଭିଜିଲାନ୍ସକୁ ଘଟଣା ସମ୍ପର୍କରେ ଜଣାଇବାରୁ ଆକାଉଣ୍ଟାଣ୍ଟଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଶୁକ୍ରବାର ଆକାଉଣ୍ଟାଣ୍ଟ ଶ୍ରୀ ଖୁଣ୍ଟିଆ ଶିକ୍ଷକ ସହଦେବ ଦନ୍ତାଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳ ଭିଜିଲାନ୍ସ କର୍ମଚାରୀମାନେ ଚଢ଼ଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଏକ ମାମଲା ରୁଜୁକରି ତାଙ୍କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button