୩୫ବର୍ଷ ଲିଭ-ଇନ୍ ପରେ ବିବାହ ପ୍ରସ୍ତାବ

ନୂଆଦିଲ୍ଲୀ : ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାରେ ରହିଛି। ଏହାର କାରଣ ଦୀର୍ଘ ୩୫ବର୍ଷ ଧରି ଲିଭ-ଇନରେ ରହିଥିବା ପ୍ରେମୀଯୁଗଳ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଖବର ଅନୁଯାୟୀ ଏହା ବ୍ରିଟେନର ଘଟଣା। ୫୮ବର୍ଷର ଗ୍ରାହମ ମାର୍ଟିନ ତାଙ୍କ ୬୦ବର୍ଷୀୟ ପାର୍ଟନର ଏଣ୍ଡ୍ରିୟାଙ୍କୁ ପ୍ରପୋଜ କରିଛନ୍ତି। ସ୍କଟଲ୍ୟାଣ୍ଡର ସମୁଦ୍ର କୂଳକୁ ଦୁହେଁ ବୁଲିବାକୁ ଯାଇଥିଲେ। ସେଠାର ଗ୍ରାହମ ମାର୍ଟିନ ଆଣ୍ଠେଇ ପଡ଼ି ଏଣ୍ଡ୍ରିୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ମାର୍ଟିନଙ୍କ ବିବାହ ପ୍ରସ୍ତାବ ଶୈଳୀଦେଖି ଏଣ୍ଡ୍ରିୟା ଭାବବିହ୍ଵଳ ହୋଇ ଭୋଭୋ ହୋଇ କାନ୍ଦିଥିଲେ।

ଆହୁରି ଜଣାପଡିଛି ମାର୍ଟନ ଓ ଏଣ୍ଡ୍ରିୟାଙ୍କ ସମ୍ପର୍କ ୧୯୮୮ ମସିହାରେ ଆରମ୍ଭ ହୋଇଥିଲା। ୩୫ବର୍ଷ ହେବ ଦୁହେଁ ଲିଭ-ଇନ ପାର୍ଟନର ଭଳି ରହୁଥିଲେ। ଏଣ୍ଡିୟାଙ୍କ ସହିତ ପ୍ରେମ ହେବାପରେ ମାର୍ଟିନ ବିବାହ କରିବେ ନାହିଁ ବୋଲି ସ୍ଥିର କରିଥିଲେ। ହେଲେ ନିକଟରେ ଦୁହିଁଙ୍କର ନିର୍ବନ୍ଧ ସରିଛି। ତିନି ଦଶକ ଧରି ଏକାଠି ରହୁଥିବା ମାର୍ଟନ ଓ ଏଣ୍ଡ୍ରିୟାଙ୍କ ସନ୍ତାନଙ୍କର ପିଲା ହୋଇସାରିଲାଣି। ଚଳିତ ବର୍ଷ ହଠାତ ମାର୍ଟିନଙ୍କ ମନ ପରିବର୍ତ୍ତନ ହୋଇଯାଇଥିବାରୁ ସେ ଏଣ୍ଡ୍ରିୟାଙ୍କୁ ବିବାହ ପ୍ରସ୍ତାବ ଦେଇ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button