ପାକିସ୍ତାନ : ବଲୋଚିସ୍ତାନ ବିସ୍ଫୋରଣରେ ୩୪ ମୃତ

କରାଚୀ : ପାକିସ୍ତାନର ବଲୋଚିସ୍ତାନରେ ବିସ୍ଫୋରଣ ଘଟି ୩୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ୧୦୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବଲୋଚିସ୍ତାନର ମସ୍ତୁଙ୍ଗ୍‌ ଜିଲ୍ଲାରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ପାଳନ ପାଇଁ ଜନସମାଗମ ହୋଇଥିଲା। ମସ୍‌ଜିଦ୍‌ ନିକଟରେ ଘଟିଥିଲା ପ୍ରଚଣ୍ଡ ବିସ୍ଫୋରଣ। ଜିଲ୍ଲା ପ୍ରଶାସନ କହିଛି ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ମସ୍ତୁଙ୍ଗ୍‌ର ଡିଏସ୍‌ପି ନୱାଜ୍‌ ଗଶ୍‌କୋରି ରହିଛନ୍ତି। ଆହତ ଲୋକମାନଙ୍କୁ ଆଖପାଖ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବିସ୍ଫୋରଣ ପାଇଁ ଦାୟୀ ବୋଲି କେହି ଦାବି କରିନାହାନ୍ତି। ଏଥିରେ ସମ୍ପୃକ୍ତି ଥିବା କଥାକୁ ‘ଦି ପାକିସ୍ତାନି ତାଲିବାନ୍‌’ ଜାରି କରିଥିବା ବିବୃତିରେ ଅସ୍ଵୀକାର କରିଛି। ସୂଚନାଯୋଗ୍ୟ ସେପ୍ଟେମ୍ବର ମାସ ପ୍ରାରମ୍ଭରେ ଘଟିଥିବା ଅନ୍ୟ ଏକ ବିସ୍ଫୋରଣରେ ଜମୈତ୍‌ ଉଲେମା-ଏ-ଇସ୍‌ଲାମ୍‌ ଫଜଲ୍‌’ର ନେତା ହାଫିଜ୍‌ ହାମଦୁଲ୍ଲାଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button