ହ୍ଵାଟ୍ସଆପ୍ର ନୂଆ ଫିଚର :ଏଣିକି ପଠାଇ ହେବ କ୍ଷୁଦ୍ର ଭିଡିଓ ମେସେଜ୍

ମୁମ୍ବାଇ : ହ୍ଵାଟ୍ସଆପ୍ ଆଣିଛି ନୂଆ ଫିଚର୍। ଏହା ମାଧ୍ୟମରେ ଉପଭୋକ୍ତାମାନେ ଏଣିକି କ୍ଷୁଦ୍ର ଭିଡିଓ ବାର୍ତ୍ତା ପଠାଇ ପାରିବେ।
ଖବର ଅନୁଯାୟୀ ଭିଡିଓ ମେସେଜ୍ର ଅବଧି ୬୦ ସେକେଣ୍ଡ୍ ରହିବ। କମ୍ପାନି କହିଛି ଭିଡିଓ ମଧ୍ୟ ବାର୍ତ୍ତା ପରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପଟେଡ୍ ରହିବ। ଏହି ବୈଶିଷ୍ଟ୍ୟ ଭାରତସାରା ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହେବ। ମେଟା ସିଇଓ ମାର୍କ ଜୁକରବର୍ଗ ଏହି ଫିଚର୍ ବିଷୟରେ ଘୋଷଣା କରିଛନ୍ତି। ଏହି ଫିଚର କିପରି କାମ କରିବ ସେ ବ୍ୟାଖ୍ୟା କରିଛନ୍ତି। ଟେକ୍ସଟ୍ ବକ୍ସ ପାଖରେ ଏକ ଭିଡିଓ ରେକର୍ଡର୍ ଆଇକନ୍ ଦିଆଯିବ। ଯେଉଁଥିରେ କ୍ଲିକ୍ କରି ୬୦ ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ରେକର୍ଡ କରାଯାଇପାରିବ।
ଇନ୍ଷ୍ଟାଣ୍ଟ୍ ମେସେଜିଂ ଆପ୍ ହ୍ଵାଟ୍ସଆପ୍ ଏହାର ଅଫିସିଆଲ୍ ବ୍ଲଗରେ ନୂତନ ଫିଚର ବିଷୟରେ ଉଲ୍ଲେଖ କରିଛି। ଜନ୍ମଦିନ ବାର୍ତ୍ତା ରେକର୍ଡ କରିବାରୁ ନେଇ କିଛି ଭଲ ଖବର ସେୟାର କରିବା ପାଇଁ ଭିଡିଓ ବାର୍ତ୍ତା ବ୍ୟବହାର କରାଯାଇପାରିବ। ଟେକ୍ସଟ୍ ବକ୍ସ ନିକଟରେ ଦିଆଯାଇଥିବା ଆଇକନ୍ ଉପରେ କ୍ଲିକ୍ କରି ଆପଣ ଏହି ସେବାର ଲାଭ ଉଠାଇ ପାରିବେ।