ଅଭିନେତ୍ରୀ ଓ ମଦ ସମୁଦ୍ର ମୋହରେ ଜିହାଦୀ ହେଉଛନ୍ତି ପାକିସ୍ତାନୀ ଯୁବକ

ନୂଆଦିଲ୍ଲୀ : ପାକିସ୍ତାନୀ ମଦ୍ରାସାର ଯୁବ ଛାତ୍ରଙ୍କୁ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଆତ୍ମଘାତୀ ଆକ୍ରମଣକାରୀ ଭାବେ ପ୍ରସ୍ତୁତ କରୁଛି। ସେମାନଙ୍କୁ ଦେଖାଯାଉଛି ବଲିଉଡ ଅଭିନେତ୍ରୀଙ୍କ ମୋହ। ସୋସିଆଲ ମିଡିଆରେ ମିଡିଆ ଫ୍ରାନ୍ସ ୨୪ର ଭାଇରାଲ ଭିଡିଓରେ ଏହାର ଚିତ୍ର ରହିଛି।

ଭାଇରାଲ ଭିଡିଓରେ ଜିହାଦୀ ପ୍ରଶିକ୍ଷଣ ଲାଗି ଟିଟିପିର ଉତ୍ତର ୱଜିରିସ୍ତାନରେ ପ୍ରାୟ ୩୦୦ରୁ ଅଧିକ ସେଫ୍ ହାଉସ୍ ବା ସୁରକ୍ଷିତ ଗୃହ ରହିଛି। ସେଠାରେ ଟିଟିପି ତା’ ବିରୋଧରେ ଉପଯୋଗ ହୋଇଥିବା ବିଭିନ୍ନ ବସ୍ତୁର ଅନେକ ସଂଗ୍ରହାଳୟ କରିଛି। ଏଥିରେ ଟିଟିପି ମଦ୍ରାସାରୁ ସଂଗୃହ କରୁଥିବା ଯୁବକମାନଙ୍କୁ କିପରି ଜିହାଦ ପ୍ରଶିକ୍ଷଣ ଦେଉଛି ଓ ସେମାନଙ୍କୁ ଆତ୍ମଘାତୀ ଆକ୍ରମଣକାରୀ ହେବାକୁ ଉସକାଉଛି ତାହା ଦେଖା ଯାଉଛି। ମଦ୍ରାସାକୁ ପାଠ ପଢି ଆସିଥିବା ଗରିବ ଛାତ୍ରକୁ ଉତ୍ସାହିତ କରିବା ଲାଗି ସ୍ୱର୍ଗର ଭ୍ରମ ସୃଷ୍ଟି କରାଯାଇ ଅଭିନେତ୍ରୀମାନଙ୍କ ଆକର୍ଷକ ଛବି ଲଗାଯାଇଛି।

janatakhabar.in

ଆତ୍ମଘାତୀ ଆକ୍ରମଣକାରୀ ଭାବେ ନିଜକୁ ଉତ୍ସର୍ଗ କରିବା ଲାଗି ଜିହାଦୀଙ୍କୁ ଏଠାରେ ପ୍ରୋତ୍ସାହିତ କରାଯାଉଛି। ଯଦି ଆଦେଶ ପାଳନରେ କେହି ଶହିଦ ହୁଅନ୍ତି ସେ ସୁରା ସାଗରରେ ଭାସିଭାସି ଯାଇ ଯେଉଁଠି ଆଖି ଖୋଲିବେ ସେଠାରେ ଏହି ଅଭିନେତ୍ରୀମାନେ ସେମାନଙ୍କ ସ୍ୱାଗତ କରିବେ ବୋଲି କୁହାଯାଉଛି। ଏହି ଭିଡିଓର ରିଟ୍ୱିଟ୍ କରିଛନ୍ତି ପାକ୍ ସାମ୍ବାଦିକ ଗୁଲ ବୁଖାରୀ। ସେ ଲେଖିଛନ୍ତି ଏହା ଯେତିକି ହାସ୍ୟସ୍ପଦ ତା’ଠୁ ଅଧିକ ବେଦନା ଦାୟକ। ନିରିହ ଗରିବ ପିଲାଟିର ମନରେ କାଫିର ଅଭିନେତ୍ରୀ ଓ ମଦ ସମୁଦ୍ରର ଯେଉଁ ଭ୍ରମ ସୃଷ୍ଟି କରାଯାଉଛି ତାହା ସେ ନିଜକୁ ନିଶେଷ କରିଦେଲେ ପାଇବ। ସମ୍ପୂର୍ଣ୍ଣ ଅବାସ୍ତବ ଓ ଅବାନ୍ତର କଥାରେ ପାକ୍ ସେନା ଅଧିକାରୀ କିପରି ମୋହର ଲଗାଉଛନ୍ତି ତାହା ଅଧିକ ଚିନ୍ତାଜନକ।

ରିପୋର୍ଟରେ କୁହାଯାଇଛି ଯେପରି ତାଲିବାନ ପୁଣି ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣ ହାସଲ କରିଛି ଠିକ ସେହିପରି ଆମେ ଆପଣଙ୍କୁ ଏମିତି ଏକ ସ୍ଥାନକୁ ନେଇ ଯାଉଛୁ ଯେଉଁଠି ତାଲିବାନଙ୍କ ଅଧିକାଂଶ ସଦସ୍ୟଙ୍କୁ ପ୍ରାୟତଃ ଶରଣ ମିଳିଥାଏ। ଆଫଗାନିସ୍ତାନ ସୀମାରେ ଅବସ୍ଥିତ ପାକିସ୍ତାନର କବାୟଲୀ ଅଞ୍ଚଳକୁ ଦୀର୍ଘ ସମୟରୁ ମୌଳବାଦୀ ଇସ୍ଲାମିକ ଗୋଷ୍ଠୀ ଅସ୍ଥିର କରି ରଖିଛନ୍ତି। ପାକିସ୍ତାନର ଆଇନ ଏହି ଅଞ୍ଚଳରେ ଲାଗୁ ନୁହେଁ। ତେଣୁ ଏମାନେ ଦଣ୍ଡମୁକ୍ତ ହୋଇ ଏଠାରେ ବେଶ ଆରାମରେ ସେମାନଙ୍କ କାମ ଚଳାଇଛନ୍ତି।

ତାଲିବାନମାନଙ୍କୁ ଏବେ ଆଫଗାନ ମିଳିଯାଇଛି। ତେହେରିକ-ଏ-ତାଲିବାନ ଏବେ ନିଜ ମାଲିକ ପାକିସ୍ତାନ ଲାଗି ବିପଦ ହୋଇଛି। ପାକିସ୍ତାନରେ ଏହି ସଙ୍ଗଠନ ଗୋଟିଏ ପରେ ଗୋଟିଏ ଆକ୍ରମଣକୁ ସଫଳ କରିବାରେ ଲାଗିଛି। ଏଠାକାର ଆତ୍ମଘାତୀ ଆକ୍ରମଣକାରୀମାନେ ଏପର୍ଯ୍ୟନ୍ତ ପାକିସ୍ତାନରେ ୬ଟି ଆକ୍ରମଣ କରିସାରିଥିବା ବେଳେ ୩୦ରୁ ଅଧିକ ପାକ୍ ସୁରକ୍ଷା କର୍ମୀ ପ୍ରାଣ ହରାଇଲେଣି।

Leave a Reply

Your email address will not be published. Required fields are marked *

Back to top button